ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ନନ୍ଦ ସାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ନନ୍ଦ ସାର୍‌

ଯାଜପୁର(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍ । ଯାଜପୁର ଜିଲ୍ଲା ସ୍ଥିତ ନିଜ ପୈତୃକ ଗାଁ କନ୍ତିରାରେ ତାଙ୍କ ଅନ୍ତିମ ସତ୍କାର କରାଯାଇଛି ।  ନନ୍ଦ ସାରଙ୍କ ସାନପୁଅ ନିରଂଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ ।

ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ  ସମ୍ପନ୍ନ ବେଳେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି।

କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଥିବା ନନ୍ଦ ସାର୍ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ  ଥିଲେ। ହେଲେ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ୧୦୪ ବର୍ଷରେ ଗତକାଲି ସେ ଆଖି ବୁଜିଥିଲେ।

ଦୀର୍ଘ ଅର୍ଦ୍ଧ ଦଶନ୍ଧିରୁ ଅଧିକ ସମୟ ଧରି ଚାଟଶାଳୀରେ ମାଗଣାରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚିତ ଥିଲେ ନନ୍ଦ ସାର୍ ।  ତାଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଓ ପାଠ ପଢ଼ାଇବା ପ୍ରତି ଭଲ ପାଇବା ତାଙ୍କୁ ଦେଶ ବ୍ୟାପୀ ପରିଚିତ କରିଥିଲା ।  ଗତ ନଭେମ୍ବର ୯ ତାରିଖରେ ନୂଆଦିଲ୍ଲୀରେ  ରାଷ୍ଟ୍ରପତିଙ୍କଠାରୁ ନନ୍ଦ ସାର ଗ୍ରହଣ କରିଥଲେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ନନ୍ଦ ସାର୍‌ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଥିଲେ।

The post ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ନନ୍ଦ ସାର୍‌ appeared first on Odisha Reporter.



from Odisha Reporter https://ift.tt/3GsjJ3Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages