ଲକ୍ଷ୍ନୌ: ଦେଶରେ କୋକୁଆ ଭୟ ସୃଷ୍ଟି କରିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ସଂକ୍ରମିତଙ୍କ ମାମଲା ଲଗାତାର ବଢ଼ି ଚାଲିଛି। ଏହି ନୂଆ ଭାରିଏଣ୍ଟ ଡେଲ୍ଟା ସମେତ ଅନ୍ୟ ଭାରିଏଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏବେ ଉତ୍ତରପ୍ରଦେଶ ସରକାର ଆଗୁଆ ସଜାଗ ହୋଇଛନ୍ତି।
କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ ଧାରା। ଗତକାଲି ଠାରୁ ଜାନୁଆରୀ ୫ ତାରିଖ ଯାଏଁ ଏଠାରେ ୧୪୪ ଧାରା ଜାରି ରହିବ। ଏଥିସହ ସେଠାକାର ପ୍ରଶାସନ ଏକ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ଜିମ୍, ଷ୍ଟାଡିୟମରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ କୁହାଯାଇଛି।
ଏଥିସହ ଲକ୍ଷ୍ନୌରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଘରୁ ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟ କରାଯାଇଛି। ସେହିପରି ବନ୍ଦ ସ୍ଥାନରେ କରାଯାଉଥିବା ଆୟୋଜନରେ ୧୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇପାରିବେ ନାହିଁ ବୋଲି କୁହାଯାଇଛି।
ଖ୍ରୀଷ୍ଟମାସ, ନୂଆ ବର୍ଷ ଉତ୍ୱ, କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନର ବିପଦ ଏବଂ ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି।
ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ପ୍ରାୟ ୩୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଭାରିତରେ ମଧ୍ୟ ଏହି ଭାରିଏଣ୍ଟର ୨୦ରୁ ଅଧିକ ମାମଲା ଚିହ୍ନଟ ହେଲେଣି। ଏହାକୁ ନେଇ ଏବେ ଚାରିଆଡେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଭାରିଏଣ୍ଟକୁ ‘ଭାରିଏଣ୍ଟ ଅଫ୍ କନ୍ସର୍ଣ୍ଣ’ ଶ୍ରେଣୀରେ ରଖିଛି।
The post ଓମିକ୍ରନ୍ ଭୟ, ଲାଗୁ ହେଲା ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3dvQmRZ
No comments:
Post a Comment