ସବୁ ରିପୋର୍ଟକୁ ଖଣ୍ଡନ କଲେ, ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟିନି କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 17, 2021

ସବୁ ରିପୋର୍ଟକୁ ଖଣ୍ଡନ କଲେ, ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟିନି କହିଲେ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅନେକ ଲୋକ ଅକ୍ସିଜେନ ନ ପାଇ ପ୍ରାଣ ହରାଇଥିଲେ। ହସ୍ପିଟାଲ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଓ ବିରୋଧୀ ଏପରି ରିପୋର୍ଟ ଜାରି କରି ସରକାରଙ୍କୁ ଘାଇଲା କରିଥିଲେ। ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ଏପରି ଅକ୍ସିଜେନ ଅଭାବ ଦେଖାଯାଇଥିଲା।

କିନ୍ତୁ ଆଜି ଉତ୍ତର ପ୍ରଦେଶ ସରକାର ଅକ୍ସିଜେନ ଅଭାବରୁ କେହି ବି ରାଜ୍ୟରେ ପ୍ରାଣ ହରାଇ ନଥିବା ବିଧାନସଭାକୁ ଅବଗତ କରାଇଛନ୍ତି। ସରକାରଙ୍କ ଏପରି ବୟାନ ବିରୋଧୀଙ୍କ ଠାରୁ ଆରମ୍ଭ କରି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସ୍ତବ୍ଧ କରିଦେଇଛି।

ସରକାର କହିଛନ୍ତି, ମହାମାରୀରେ ୨୨,୯୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରର କୌଣସି ବି ସ୍ଥାନରେ ଅକ୍ସିଜେନର ଅଭାବ ଯୋଗୁ ଜୀବନ ଯାଇଥିବା କଥା ଉଲ୍ଲେଖ ହୋଇନି। ଗୃହର ପ୍ରଶ୍ନ କାଳରେ କଂଗ୍ରେସ ସଦସ୍ୟ ଦୀପକ ସିଂହଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, “ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅକ୍ସିଜେନ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ଘଟିଥିବାର ରିପୋର୍ଟ ନାହିଁ।”

ଦୀପକ ସିଂହ କହିଥିଲେ, “ରାଜ୍ୟରେ ଅକ୍ସିଜେନ ଅଭାବରୁ ଅନେକ ଲୋକ ପ୍ରାଣ ହରାଇଥିବା ମନ୍ତ୍ରୀମାନେ ଚିଠି ଲେଖି ଅବଗତ କରାଇଥିଲେ। ମନ୍ତ୍ରୀମାନଙ୍କ ବ୍ୟତୀତ ଅନେକ ସାଂସଦ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଅକ୍ସିଜେନ ଅଭାବରୁ ଅନେକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। କ’ଣ ସରକାରଙ୍କ ପାଖରେ ଏପରି ମୃତ୍ୟୁର କୌଣସି ସୂଚନା ରହିଛି? କ’ଣ ସରକାର ଗଙ୍ଗାରେ ଭାସୁଥିବା ଶବ ଓ ଅକ୍ସିଜେନ ଅଭାବରୁ ଲୋକମାନେ ଭୋଗୁଥିବା ସମସ୍ୟାକୁ ଦେଖିନାହାନ୍ତି?”

ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପ୍ରତାପ କହିଛନ୍ତି, ହସ୍ପିଟାଲରେ ପ୍ରାଣ ହରାଉଥିବା ଲୋକଙ୍କ ପାଇଁ ଡାକ୍ତରମାନେ ପ୍ରମାଣପତ୍ର ଦିଅନ୍ତି। ୨୨,୯୧୫ ଜଣଙ୍କ ମୃତ୍ୟୁ ପ୍ରମାଣ ପତ୍ରର କୌଣସି ସ୍ଥାନରେ ଅକ୍ସିଜେନ ଅଭାବ କଥା ଲେଖାଯାଇନି। ଡାକ୍ତରମାନେ ହିଁ ଏହି ପ୍ରମାଣପତ୍ର ଦେଇଛନ୍ତି।

ମହାମାରୀ ସମୟରେ ଅନ୍ୟ ରୋଗ ଓ କାରଣରୁ ମଧ୍ୟ ଲୋକମାନେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଅକ୍ସିଜେନର ଅଭାବ ଥିବା ବେଳେ ସରକାର ଲୋକଙ୍କ ପାଇଁ ଅନ୍ୟ ରାଜ୍ୟରୁ ଏହାକୁ ଆଣିଥିଲେ ବୋଲି ସେ କହିଛନ୍ତି। ତେବେ ସରକାରଙ୍କ ଏହି ବୟାନକୁ ବିରୋଧୀ ଗ୍ରହଣ କରିପାରୁ ନାହାନ୍ତି। ସେମାନେ ଗୃହ ଭିତରେ ଓ ବାହାରେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

The post ସବୁ ରିପୋର୍ଟକୁ ଖଣ୍ଡନ କଲେ, ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟିନି କହିଲେ appeared first on Odisha Reporter.



from Odisha Reporter https://ift.tt/3E26dm3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages