ପୁଣି ସିଦ୍ଧୁଙ୍କ କଥା ରହିଲା, ଆଇପିଏସ୍‌ ସିଦ୍ଧାର୍ଥ ହେଲେ ପଞ୍ଜାବ ଡିଜିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 17, 2021

ପୁଣି ସିଦ୍ଧୁଙ୍କ କଥା ରହିଲା, ଆଇପିଏସ୍‌ ସିଦ୍ଧାର୍ଥ ହେଲେ ପଞ୍ଜାବ ଡିଜିପି

ଅମୃତସର: ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ପୁଣିଥରେ ଦଳର ମୁଖ୍ୟ ନବଜୋତ ସିଂହଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଛି। ପୂର୍ବରୁ ସିଦ୍ଧୁଙ୍କ କଥାରେ ରାଜ୍ୟର ଆଟର୍ଣ୍ଣି ଜେନେରାଲଙ୍କୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବିଦା କରିଥିଲେ। ଏବେ ସିଦ୍ଧୁଙ୍କ କଥାରେ ପଞ୍ଜାବ ଡିଜିପିଙ୍କୁ ମଧ୍ୟ ବଦଳା ଯାଇଛି।

ଏଥିସହ ପଞ୍ଜାବର ନୂଆ ଡିଜିପି ଭାବେ ଆଇପିଏସ୍‌ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଇକବାଲ ପ୍ରୀତ ସିଂହ ସାହୋଟା ପଞ୍ଜାବ ଡିଜିପି ଥିଲେ। କିନ୍ତୁ ସିଦ୍ଧୁ ତାଙ୍କ ନିଯୁକ୍ତକୁ ବିରୋଧ କରିଥିଲେ ଓ ଆଇପିଏସ୍‌ ସିଦ୍ଧାର୍ଥଙ୍କୁ ଡିଜିପି କରିବାକୁ ଦାବି କରିଥିଲେ। ତାଙ୍କ କଥାକୁ ସମ୍ମାନ ଜଣାଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଦ୍ଧାର୍ଥଙ୍କ ନାଁ ମୋହର ମାରିଛି।

ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଗୃହମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ସବୁବେଳେ ସାହୋଟଙ୍କ ସପକ୍ଷରେ ରହିଥିଲେ। କିନ୍ତୁ ସିଦ୍ଧୁଙ୍କ ଜିଦ ଆଗରେ ସେମାନଙ୍କୁ ବୁଝାମଣା କରିବାକୁ ପଡ଼ିଛି। ନିୟମ ଅନୁସାରେ, ରାଜ୍ୟ ସରକାର ଡିଜିପି ପଦ ପାଇଁ ୯ ଜଣଙ୍କ ତାଲିକା କେନ୍ଦ୍ର ପବ୍ଲିକ ସର୍ଭିସ କମିଶନଙ୍କ ପାଖକୁ ପଠାଇଛନ୍ତି।

୨୨ ତାରିଖ ପୂର୍ବରୁ ଡିଜିପି ପଦ ପାଇଁ ଯୋଗ୍ୟ ଅଧିକାରୀଙ୍କ ନାଁ କମିଶନ ରାଜ୍ୟ ସରକାରଙ୍କ ନିକଟକୁ ପଠାବ। ଯଦି ଏଥିରେ ଆଇପିଏସ୍‌ ସିଦ୍ଧାର୍ଥଙ୍କ ନାଁ ରହିଥିବ, ତା’ହେଲେ ସେ ଡିଜିପି ଭାବେ କାମ କରିବେ। ନ ହେଲେ ସିଦ୍ଧୁ ବିନାମ ଡିଜିପି କଳି ଆହୁରି ଘନେଇବ ବୋଲି କୁହାଯାଉଛି।

ଆଇପିଏସ୍‌ ଇକବାଲ ପ୍ରୀତ ସିଂହଙ୍କୁ ଡିଜିପି କରାଯିବା ବେଳେ ସିଦ୍ଧୁ ଜୋରଦାର ପ୍ରତିବାଦ କରିଥିଲେ। ଏପରି କି ସେ କଂଗ୍ରେସର ପଞ୍ଜାବ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ସର୍ତ୍ତ ରଖି ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିଥିଲେ। ଯେଉଁ ପର୍ଯ୍ୟନ୍ତ ଏଜି ଓ ଡିଜିପି ବଦଳି ନାହାନ୍ତି, ସେଯାଏ ସିଦ୍ଧୁ କଂଗ୍ରେସ ମୁଖ୍ୟ ଭାବେ କାମ କରିବେ ନାହିଁ ବୋଲି କହିଥିଲେ।

ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହିଁ କଂଗ୍ରେସ ନିଜର ଅସଜଡ଼ା ଘରକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି।

The post ପୁଣି ସିଦ୍ଧୁଙ୍କ କଥା ରହିଲା, ଆଇପିଏସ୍‌ ସିଦ୍ଧାର୍ଥ ହେଲେ ପଞ୍ଜାବ ଡିଜିପି appeared first on Odisha Reporter.



from Odisha Reporter https://ift.tt/3pXCVQo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages