ସଲମାନଙ୍କୁ ୩ ଥର କାମୁଡ଼ିଥିଲା ସାପ, ନିଜେ ଭାଇଜାନ କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 27, 2021

ସଲମାନଙ୍କୁ ୩ ଥର କାମୁଡ଼ିଥିଲା ସାପ, ନିଜେ ଭାଇଜାନ କଲେ ଖୁଲାସା

ମୁମ୍ବାଇ: ଆଜି ହେଉଛି ବଲିଉଡ ଭାଇଜାନ ସଲମାନ ଖାନଙ୍କ ୫୬ତମ ଜନ୍ମଦିନ। ହେଲେ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଭାଇଜାନଙ୍କୁ ତାଙ୍କ ଫାର୍ମ ହାଉସରେ ସାପ କାମୁଡ଼ି ଦେଇଥିଲା। ୨୬ ତାରିଖ ଭୋର ୩ଟାରେ ସଲମାନ ପାନଭେଲ ଫାର୍ମ ହାଉସରେ ଥିବା ବେଳେ ଗୋଟିଏ ସାପ ତାଙ୍କୁ କାମୁଡ଼ି ଦେଇଥିଲା।

ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ୬ ଘଣ୍ଟା ପରେ ଡିସଚାର୍ଜ ହୋଇଥିଲେ। ଆଜି ସଲମାନ ପୂରା ଘଟଣା କ’ଣ ଥିଲା ଓ ତାଙ୍କୁ ସାପଟି କେତେ ଥର କାମୁଡ଼ିଥିଲା, ତା’ର ବିସ୍ତୃତ ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି, “ଗୋଟିଏ ସାପ ମୋ ଫାର୍ମ ହାଉସରେ ପଶି ଯାଇଥିଲା। ମୁଁ ଗୋଟିଏ ବାଡ଼ି ଦ୍ୱାରା ତା’କୁ ବାହାର କରିବା ପାଇଁ ଚେଷ୍ଟା କରିଥିଲି। ସାପଟି ବାଡ଼ି ଉପରେ ଥିବା ବେଳେ ହଠାତ୍ ଉପରକୁ ଉଠି ମୋ ହାତ ପାଖରେ ପହଞ୍ଚି ଯାଇଥିଲା। ମୁଁ ତା’କୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ୩ଥର ମୋ ହାତକୁ କାମୁଡ଼ି ଦେଇଥିଲା। ଏହା ଗୋଟିଏ ବିଷଧର ସାପ ବୋଲି ଭାବି ମୁଁ ହସ୍ପିଟାଲ ଯାଇଥିଲି। ସେଠାରେ ୬ ଘଣ୍ଟାର ଚିକିତ୍ସା ପରେ ଫାର୍ମ ହାଉସକୁ ଫେରିଥିଲି। ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି।”

ସଲମାନ ୨୫ ତାରିଖରୁ ନିଜ ଫାର୍ମ ହାଉସରେ ଅଛନ୍ତି। ସେଠାରେ ସେ ନିଜ ଜନ୍ମଦିନ ପାଳନ କରିବେ। ଏଥିପାଇଁ କିଛି ବନ୍ଧୁ ଓ ପରିବାର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଜନ୍ମଦିନ ପାର୍ଟି ପୂର୍ବରୁ ତାଙ୍କ ସହ ଅଘଟଣ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଫାର୍ମ ହାଉସରେ ତାଙ୍କ ବନ୍ଧୁମାନଙ୍କ ସହ କଥା ହେଉଥିବା ବେଳେ ତାଙ୍କୁ ସାପଟି କାମୁଡ଼ି ଦେଇଥିଲା। ଏହାପରେ ତାଙ୍କ ବନ୍ଧୁମାନେ ବ୍ୟସ୍ତ ହୋଇପଡ଼ିଥିଲେ। ସେମାନେ କାଳ ବିଳମ୍ବ ନ କରି ତାଙ୍କୁ ନଭି ମୁମ୍ବାଇର କାମୋଥେ ଅଞ୍ଚଳର ଥିବା ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ସଲମାନଙ୍କୁ ଆଣ୍ଟି ଭେନୋମ ମେଡିସିନ ଦିଆଯାଇଥିଲା। ମେଡିସିନ ଦିଆଯିବା ପରେ ଡାକ୍ତର ତାଙ୍କୁ ନୀରିକ୍ଷଣରେ ରଖିଥିଲେ। ଏହାପରେ ସେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ। ରାତି ୩ଟାରେ ସଲମାନ ହସ୍ପିଟାଲ ଯାଇଥିବା ବେଳେ ସକାଳ ୯ଟାରେ ସେଠାରୁ ଡିସଚାର୍ଜ ହୋଇଥିଲେ। ଏବେ ବି ସେ ତାଙ୍କ ପାନଭେଲ ଫାର୍ମ ହାଉସରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସଂପୂର୍ଣ୍ଣ ଠିକ୍‌ ରହିଛି। ସଲମାନଙ୍କୁ ସାପ କାମୁଡ଼ିଥିବା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ବ୍ୟସ୍ତ ହୋଇ ଉଠିଥିଲେ। ହେଲେ ସେ ସୁସ୍ଥ ଥିବା ଖବର ମିଳିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି।

The post ସଲମାନଙ୍କୁ ୩ ଥର କାମୁଡ଼ିଥିଲା ସାପ, ନିଜେ ଭାଇଜାନ କଲେ ଖୁଲାସା appeared first on Odisha Reporter.



from Odisha Reporter https://ift.tt/3yZfp9O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages