ବୋଲେରୋରେ ଫେରୁଥିଲେ ୧୦ ବରଯାତ୍ରୀ, ପିଟି ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 21, 2022

ବୋଲେରୋରେ ଫେରୁଥିଲେ ୧୦ ବରଯାତ୍ରୀ, ପିଟି ଦେଲା ଟ୍ରକ୍‌

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।  ଗାଡ଼ିରେ ଥିବା ଅନ୍ୟ ୫ ଗୁରୁତରଙ୍କୁ ଗ୍ୟାସ୍‌ କଟରରେ କାଟି ବାହର କରାଯାଇଛି। ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ନିମ୍ନା ଗାଁରୁ ବିନିକାର କଉଡିଆମୁଣ୍ଡାକୁ ଯାଇଥିଲେ ବରଯାତ୍ରୀ । ସେଠାରେ ବିବାହ ଉତ୍ସବରେ ଯୋଗ ଦେଇ ବିଳମ୍ବିତ ରାତିରେ  ଏକ ବୋଲୋରୋରେ ୧୦ ବରଯାତ୍ରୀ  ଫେରୁଥିଲେ।  ମାତ୍ର ମହାନଦୀ ସେତୁ ଉପରେ ସାମ୍ନା ପଟୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ଗାଡ଼ିଟିର ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ବୋଲେରୋରେ ବସିଥିବା ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗାଡିରେ ଥିବା ଅନ୍ୟ ୫ ଦୁର୍ଘଟଣାଗ୍ରସ୍ତଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ ସ୍ତାନାନ୍ତର କରାଯାଇଛି ।

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଥିବା ବେଳେ ଅନ୍ୟ ଏକ ପରିବାରର କକା- ପୁତୁରା ଥିବା ଜଣାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।  ସୋନପୁର ପୁଲିସ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

The post ବୋଲେରୋରେ ଫେରୁଥିଲେ ୧୦ ବରଯାତ୍ରୀ, ପିଟି ଦେଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/3tSWsoP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages