ଭୋପାଲ: ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ନୂଆ ଅବକାରୀ ନୀତି ଆଣିବା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି। ଗୋଟିଏ ପଟେ ଅବକାରୀ ନୀତିକୁ ବିରୋଧୀ ସମାଲୋଚନା କରୁଥିବା ବେଳେ ଏହା ସପକ୍ଷରେ ବିଜେପି ନେତାମାନେ ବୟାନ ଦେବା ଆରମ୍ଭ କରିଛନ୍ତି।
ଏସବୁ ଭିତରେ ସବୁବେଳେ ନିଜର ତୁଣ୍ଡ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମଦକୁ ନେଇ ବଡ଼ କଥା କହିଛନ୍ତି। ମଦର କମ ମାତ୍ରା ସେବନ କଲେ ଏହା ଔଷଧ ଭଳି କାମ କରେ ବୋଲି ସେ କହିଛନ୍ତି।
ତାଙ୍କ କହିବା କଥା ସୀମିତ ମାତ୍ରାରେ ମଦ ପିଇଲେ କୌଣସି କ୍ଷତି ନାହିଁ। କିନ୍ତୁ ଆବଶ୍ୟକ ଠାରୁ ଅଧିକ ମଦ ପିଇଲେ, ଏହା ବିଷ ଭଳି ଶରୀରରେ କାମ କରିଥାଏ। ସ୍ୱାଧୀ ପ୍ରଜ୍ଞାଙ୍କ ଏହି ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ସେ କହିଛନ୍ତି ଯେ “ମଦ ଶସ୍ତା ହେଉ କି ମହଙ୍ଗା, ଏହା ଔଷଧର କାମ କରିଥାଏ। ଆୟୁର୍ବେଦରେ ମଦ ଅର୍ଥାତ ଆଲକହଲର ବ୍ୟବହାର କରାଯାଏ। ତେଣୁ କମ ମାତ୍ରା ବା ସୀମିତ ମାତ୍ରାରେ ମଦ ପିଇଲେ ଏହା ଔଷଧ ଭଳି କାମ କରିଥାଏ। ସେହିପରି ଆବଶ୍ୟକ ମାତ୍ରାରୁ ଅଧିକ ମଦ ବା ଆଲକହଲ ବିଷ ପାଲଟି ଯାଇଥାଏ। ଏକଥାକୁ ସମସ୍ତେ ଜାଣିବା ଓ ବୁଝିବା ଦରକାର। ଅଧିକ ମଦ ପିଇବା ଦ୍ୱାରା ହେଉଥିବା କ୍ଷତିକୁ ବୁଝି ଏହାକୁ ବନ୍ଦ କରିବା ଉଚିତ।”
ଅନ୍ୟପଟେ ସେ ମଧ୍ୟପ୍ରଦେଶରେ ମଦକୁ ସଂପୂର୍ଣ୍ଣ ରୂପେ ବ୍ୟାନ କରିବା ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରିଥିବା ଦାବିକୁ ମଧ୍ୟ ସମର୍ଥନ କରିଛନ୍ତି। ସେ କହିଛନ୍ତି, ମଦ ଯୋଗୁ ରାଜ୍ୟରେ ଅପରାଧ ବଢ଼ୁଛି। ଲୋକମାନେ ଘରୋଇ ହିଂସାର ଶିକାର ହେଉଛନ୍ତି। ତେଣୁ ମଦ ଉପରେ ସଂପୂର୍ଣ୍ଣ ରୋକ ଲାଗିବା ଉଚିତ ବୋଲି ସେ କହିଛନ୍ତି।
The post ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ବଡ଼ ବୟାନ: ମଦ ଔଷଧ ଭଳି କାମ କରେ, କିନ୍ତୁ.. appeared first on Odisha Reporter.
from Odisha Reporter https://ift.tt/3u1MuBR
No comments:
Post a Comment