କରୋନା ପାଇଁ ବିଜୟ ରଥଯାତ୍ରା ଓ ଅନ୍ୟ ରାଲି ବାତିଲ କଲେ ଅଖିଲେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 5, 2022

କରୋନା ପାଇଁ ବିଜୟ ରଥଯାତ୍ରା ଓ ଅନ୍ୟ ରାଲି ବାତିଲ କଲେ ଅଖିଲେଶ

ଲକ୍ଷ୍ନୌ: କଂଗ୍ରେସ ଭଳି କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ନିର୍ବାଚନୀ ରାଲିକୁ ବାତିଲ କରିଛନ୍ତି। ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଅଖିଲେଶ ଯାଦବ ବିଭିନ୍ନ ସ୍ଥାନରେ ବିଜୟ ରଥଯାତ୍ରା ଓ ରାଲି କରିବାର ଥିଲା।

ହେଲେ କରୋନା ସଂକ୍ରମଣ ରକେଟ ସ୍ପିଡରେ ବଢ଼ୁଥିବାରୁ ସେ ଏଗୁଡ଼ିକୁ ବାତିଲ କରି ଦେଇଛନ୍ତି। ଆସନ୍ତା ଜାନୁଆରୀ ୯ରେ ଅଖିଲେଶ ଅଯୋଧ୍ୟରେ ବିଜୟ ରଥଯାତ୍ରା କରିଥାଆନ୍ତେ। ସେହିପରି ୭ ତାରିଖରେ ଗୋଣ୍ଡା ଓ ୮ ତାରିଖରେ ବସ୍ତିରେ ସପା ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯିବାର ଥିଲା। ହେଲେ ଏବେ ସେଗୁଡ଼ିକୁ ବାତିଲ ହୋଇଯାଇଛି।

ଗତ ମାସରେ ପଶ୍ଚିମ ୟୁପିରେ ଥିବା ଗୋଟିଏ ରାଲିକୁ ଅଖିଲେଶ ବାତିଲ କରିଥିଲେ। ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହେବାରୁ ସେ ୩ ଦିନ ପାଇଁ କୌଣସି ପ୍ରକାରର ସର୍ବସାଧାରଣ ସ୍ଥାନରେ ରାଲି କିମ୍ବା ସଭା କରି ନଥିଲେ। ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଅଖିଲେଶଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ଏହାକୁ ସେ ଟ୍ୱିଟର୍‌ରେ ଶେୟାର କରିଥିଲେ। ଏହାପରେ ସତର୍କତା ଦୃଷ୍ଟିରୁ ୩ ଦିନ ଘରେ ହିଁ ରହିଥିଲେ।

ବୁଧବାର କଂଗ୍ରେସ ଉତ୍ତର ପ୍ରଦେଶରେ ଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନିର୍ବାଚନୀ ରାଲି ଓ କାର୍ଯ୍ୟକୁ ବାତିଲ କରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନୋଏଡାରେ ହେବାକୁ ଥିବା ସଭାକୁ କରୋନା ପାଇଁ ବାତିଲ କରିଥିଲେ। କଂଗ୍ରେସ ନିର୍ବାଚନ କମିଶନକୁ ବୁଧବାର ଚିଠି ଲେଖି କରୋନାର ତୃତୀୟ ୱେଭକୁ ଦୃଷ୍ଟିରେ ରଖି ୟୁପିରେ ହେବାକୁ ଥିବା ସମସ୍ତ ବିଶାଳ ନିର୍ବାଚନ ରାଲିକୁ ବାତିଲ କରିବାକୁ ଅନୁରୋଧ ମଧ୍ୟ କରିଥିଲା।

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି, “କଂଗ୍ରେସ ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ହେବାକୁ ଥିବା ସମସ୍ତ ରାଲିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଆମେ ରାଜ୍ୟ କଂଗ୍ରେସ ୟୁନିଟକୁ କରୋନା ସ୍ଥିତିକୁ ଦେଖି ପରବର୍ତ୍ତୀ ଅବସ୍ଥାରେ ଛୋଟ ଛୋଟ ରାଲି କରିବାକୁ କହିଛୁ। ନିର୍ବାଚନ କମିଶନ ବଡ଼ବଡ଼ ରାଲି ଉପରେ ରୋକ ଲଗାଇବା ଦରକାର।”

ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ କରାଯାଉଥିବା ରାଲିରେ ଶତାଧିକ ଲୋକ ସାମିଲ ହେଉଛନ୍ତି। ଏହି ସମୟରେ କେହି ବି ସାମାଜିକ ଦୂରତା କିମ୍ବା ମାସ୍କ ପିନ୍ଧୁ ନାହାନ୍ତି। ତେଣୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହୁଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି।

The post କରୋନା ପାଇଁ ବିଜୟ ରଥଯାତ୍ରା ଓ ଅନ୍ୟ ରାଲି ବାତିଲ କଲେ ଅଖିଲେଶ appeared first on Odisha Reporter.



from Odisha Reporter https://ift.tt/3G3TUHU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages