କାହିଁକି ଫ୍ଲାଏଓଭର୍‌ରେ ଫସିଲେ ମୋଦି, କ’ଣ ପାଇଁ ସୃଷ୍ଟି ହେଲା ଏମିତି ସ୍ଥିତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 5, 2022

କାହିଁକି ଫ୍ଲାଏଓଭର୍‌ରେ ଫସିଲେ ମୋଦି, କ’ଣ ପାଇଁ ସୃଷ୍ଟି ହେଲା ଏମିତି ସ୍ଥିତି?

ନୂଆଦିଲ୍ଲୀ: ପଞ୍ଜାବରେ ଗୋଟିଏ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଡ଼ି ଫ୍ଲାଏଓଭରରେ ଫସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫ୍ଲାଏଓଭର୍‌ରେ ତାଙ୍କ ଗାଡ଼ି ୨୦ ମିନିଟ୍‌ ଧରି ଫସି ରହିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୋଦି ଯେଉଁ ଫ୍ଲାଏଓଭର୍‌ ଦେଇ କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ଥିଲା, ସେହି ବାଟରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି କାରଣରୁ ରୋଡ ଜାମ ହୋଇଥିଲା। ତେଣୁ ମୋଦି ଫ୍ଲାଏଓଭର୍‌ରୁ ହିଁ ପୁଣି ବିମାନବନ୍ଦରକୁ ଫେରିଥିଲେ।

ଏହାକୁ ନେଇ ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ପୂରା ଘଟଣାରେ ପଞ୍ଜାବ ସରକାରଙ୍କ ଠାରୁ ଜବାବ ତଲବ କରିଛି।

ତେବେ ପୂରା ଘଟଣା କ’ଣ ଥିଲା ଓ କାହିଁକି ଏପରି ସ୍ଥିତି ଦେଖାଦେଲା?

୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ବାହାରିଥିଲେ।

୨-କିନ୍ତୁ ଖରାପ ପାଣିପାଗ ଯୋଗୁ ହଠାତ୍‌ ଗସ୍ତ ରୁଟ୍‌କୁ ପରିବର୍ତ୍ତନ କରାଯାଇଥିଲା।

୩-ପ୍ରଥମେ ସେ ହେଲିକପ୍ଟର୍‌ରେ ଫିରୋଜପୁର ଯାଇଥାଆନ୍ତେ। ହେଲେ ଖରାପ ପାଗ ଯୋଗୁ ଭାଟିଣ୍ଡାରୁ ଫିରୋଜପୁର ମଧ୍ୟରେ ଥିବା ୧୦୦ କିମି ରାସ୍ତାକୁ ସେ କାର୍‌ ଯୋଗେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁଇ ଘଣ୍ଟା ସମୟ ଲାଗିବା ବୋଲି ଜଣାପଡ଼ିଥିଲା।

୪-ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍‌ରେ ଫସି ଯାଇଥିଲା। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ଅଧା ରାସ୍ତାରେ ଅଟକି ଥିଲା।

୫-ଫ୍ଲାଏଓଭର୍‌ରେ ମୋଦିଙ୍କ ଗାଡ଼ି ଅଟକି ରହିଥିବା ବେଳେ ଏହା ମଧ୍ୟରେ ମୋଦି ବସି ରହିଥିବା ଭିଡିଓ ଓ ଫଟୋ ସାମ୍ନାକୁ ଆସିଥିଲା।

୬-ମୋଦିଙ୍କ କାର ସେଠାରେ ଥିବା ବେଳେ ତାଙ୍କ କାରକେଡରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ସୁରକ୍ଷା ଦୃଷ୍ଟିରୁ ଏହାକୁ ଘେରି ରହିଥିଲେ।

୭-ମୋଦିଙ୍କ କାର ନିକଟରେ କିଛି ହାତ ଗଣତି ଚାଷୀ ଛିଡ଼ା ହୋଇଥିଲେ ଓ ଅନ୍ୟମାନେ ରାସ୍ତାକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ

୮-ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍‌ରେ ୧୫ରୁ ୨୦ ମିନିଟ୍‌ ରହିବା ପରେ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା।

୯- ପ୍ରଧାନମନ୍ତ୍ରୀଙ୍କ ପୂରା କାରକେଡ ୟୁ-ଟର୍ଣ୍ଣ ନେଲା ପରେ ଚାଷୀମାନେ ଏହା ସହ କିଛି ବାଟ ବିକ୍ଷୋଭ ପ୍ରଦର୍ଶନ କରି ଦୌଡ଼ିଥିଲେ।

୧୦- ହେଲିକପ୍ଟର ବଦଳରେ ମୋଦି ହଠାତ କାରରେ ଯିବାକୁ ନିଷ୍ପତ୍ତି ନେବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।

The post କାହିଁକି ଫ୍ଲାଏଓଭର୍‌ରେ ଫସିଲେ ମୋଦି, କ’ଣ ପାଇଁ ସୃଷ୍ଟି ହେଲା ଏମିତି ସ୍ଥିତି? appeared first on Odisha Reporter.



from Odisha Reporter https://ift.tt/3JHUaym

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages