ବିବାହ ଉତ୍ସବରୁ ମହାଯାତ୍ରା, କୂଅରେ ଖସିପଡ଼ି ୧୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 16, 2022

ବିବାହ ଉତ୍ସବରୁ ମହାଯାତ୍ରା, କୂଅରେ ଖସିପଡ଼ି ୧୩ ମୃତ

ଲକ୍ଷ୍ନୌ: ଫିକା ପଡ଼ିଲା ବିବାହ ଉତ୍ସବ। ମଉଳି ଗଲା ଖୁସି। ବିବାହ ଉତ୍ସବରୁ ମହାଯାତ୍ରା। ଉତ୍ତର ପ୍ରଦେଶ କୁଶିନଗରରେ ଅଭାବନୀୟ ଘଟଣା  ବିବାହ ପାର୍ଟି ଚାଲିଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟିଛି । କୂଅରେ ପଡ଼ିଥିବା ସ୍ଲାବ୍ ଉପରେ ଅଧିକ ଲୋକ ବସିବାରୁ ଅଘଟଣ ଘଟିଥିବା ସୂଚନା ମିଳିଛି।  କୂଅ ଉପରେ ସ୍ଲାବ୍ ପଡ଼ିଥିବା ବେଳେ ବିବାହ ଉତ୍ସବକୁ ଆସିଥିବା ଲୋକେ ଜାଣି ନପାରି ତା ଉପରେ ବସିଥିଲେ। ତେବେ ଅଧିକ ଲୋକେ ବସିବାରୁ ସ୍ଲାବ୍ ଭାର ସମ୍ଭାଳି ନପାରିବାରୁ ଏହା ତଳକୁ ଖସି ପଡ଼ିଥିଲା । ଫଳରେ ସ୍ଲାବ୍ ଉପରେ ବସିଥିବା ଲୋକେ ମଧ୍ୟ କୂଅକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୂଅଟି ଉପରେ ଏକ ସ୍ଲାବ ଢାଙ୍କୁଡ଼ା ଯାଇ ରଖାଯାଇଥିଲା। ବିବାହ ଉତ୍ସବକୁ ଆସିଥିବା ମହିଳା ଓ ଛୋଟ ପିଲାମାନେ ଜାଣି ନପାରି ଉକ୍ତ ସ୍ଲାବରେ ବସିଥିଲେ।  ତେବେ ହଠାତ୍ ସ୍ଲାବଟି ଭାର ସମ୍ଭାଳି ନପାରି କୂଅ ଭିତରକୁ ଖସି ପଡ଼ିଥିଲା।

କୂଅରେ ଖସିପଡ଼ିଥିବା ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲ ନିଆଯାଇଥିଲା।  ତେବେ ହସପିଟାଲରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କାରି ଶୋକସନ୍ତପ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଏହି ଦାରୁଣ ଘଟଣା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ତିତ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

The post ବିବାହ ଉତ୍ସବରୁ ମହାଯାତ୍ରା, କୂଅରେ ଖସିପଡ଼ି ୧୩ ମୃତ appeared first on Odisha Reporter.



from Odisha Reporter https://ift.tt/um8FQhv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages