ଆମେରିକା ଦୂତାବାସ ଉପରେ ଘନଘନ ମିସାଇଲ ମାଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 12, 2022

ଆମେରିକା ଦୂତାବାସ ଉପରେ ଘନଘନ ମିସାଇଲ ମାଡ

ନୂଆଦିଲ୍ଲୀ: ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ। କ୍ୟାମ୍ପସ ଉପରକୁ ଘନ ଘନ ମିସାଇଲ୍‌ ମାଡ ହୋଇଛି। ବାଲାଷ୍ଟିକ ମିସାଇଲ ମାଡ ପରେ ଦୂତାବାସ ପରିସରେ ଭୟଙ୍କର ଧରଣର ନିଆଁ ଲାଗିଛି। ଇଷ୍ଟର୍ଣ୍ଣ ୟୁରୋପିୟନ୍‌ ମିଡିଆ ନେକ୍ଟା ମୁତାବକ, ଇରାନ୍‌ ଅଞ୍ଚଳରୁ ଏରବିଲ୍‌ ଉପରେ ରକେଟ୍‌ ହମଲା ହୋଇଛି। ଇରାକର ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଖବର ନାହିଁ।

ସେପଟେ ଆଉ କିଛି ଇରାନର ସମାଚାର ଏଜେନ୍ସି ଇରାକର ଏର୍‌ବିଲରେ ଥିବା ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇରବିଲ୍ ଆଡକୁ ତାବ୍ରିଜ୍ ଇରାନର ଖାସାବାଦ ବେସରୁ ୬ ଟି ଫତେହ -101 କ୍ଷେପଣାସ୍ତ୍ର ବୋଧହୁଏ ଉତକ୍ଷେପଣ କରାଯାଇଛି। ଅନ୍ୟପକ୍ଷରେ ଆମେରିକାର ସୈନ୍ୟବାହିନୀ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କିଛି କହିବାକୁ ମନା କରିଦେଇଛନ୍ତି।

ତେବେ ଆମେରିକା ଦୂତାବାସ ଉପରେ କିଏ ଏହି ରକେଟ୍‌ ମାଡ କରିଛି? ସେ ନେଇ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ଗତ ସପ୍ତାହରେ ସିରିଆରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକ୍‌ରେ ଦୁଇଜଣ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅଧିକାରୀଙ୍କ ମୃତ୍ୟୁ ହେତୁ ଇରାନ ପ୍ରତିଶୋଧ ନେବାକୁ ଧମକ ଦେଇଛି।

The post ଆମେରିକା ଦୂତାବାସ ଉପରେ ଘନଘନ ମିସାଇଲ ମାଡ appeared first on Odisha Reporter.



from Odisha Reporter https://ift.tt/sfhpELX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages