୪ଦିନ ହେଲା ସମିତି ସଭ୍ୟାଙ୍କ ପତ୍ତା ମିଳୁନି, ଘୋଡ଼ା ବେପାର ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 11, 2022

୪ଦିନ ହେଲା ସମିତି ସଭ୍ୟାଙ୍କ ପତ୍ତା ମିଳୁନି, ଘୋଡ଼ା ବେପାର ଆଶଙ୍କା

ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ସମିତି ସଭ୍ୟାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବାପା ରାମନାଥ ମୁର୍ମୁ  ତିର୍ତ୍ତୋଲ  ଥାନାରେ ଅଭିଯୋଗ କରିଛନ୍ତି। ଅପହରଣ ହୋଇଥିବା ସମିତିସଭ୍ୟା ଜଣଙ୍କ ହେଲେ ଗୁରୁବାରି ମୁର୍ମୁ।

ଅଭିଯୋଗ ଅନୁସାରେ, ଗୁରୁବାରିଙ୍କୁ ୪ ତାରିଖରେ କିଛି ଲୋକ ଅପହରଣ କରିବାବୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ଅପହରଣ କରି ପାରିନଥିଲେ। ଗତ ୯ ତାରିଖରୁ ଗୁରୁବାରି ନିଖୋଜ ଅଛନ୍ତି। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ପାଇନଥିଲେ। ଝିଅକୁ ଅପହରଣ କରାଯାଇଥିବା ନେଇ ଗତକାଲି ସମିତିସଭ୍ୟାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପଞ୍ଚାୟତର ଦୁଇ ଜଣ ବ୍ୟକ୍ତି ଝିଅକୁ ଅପହରଣ କରିଥିବା ତାଙ୍କ  ବାପା ଏତଲାରେ ଦର୍ଶାଇଛନ୍ତି।

ଆଜି  ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ ଥିବାରୁ  ଅଧ୍ୟକ୍ଷ ପଦକୁ ନେଇ ଘୋଡ଼ା ବେପାର କରାଯାଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

The post ୪ଦିନ ହେଲା ସମିତି ସଭ୍ୟାଙ୍କ ପତ୍ତା ମିଳୁନି, ଘୋଡ଼ା ବେପାର ଆଶଙ୍କା appeared first on Odisha Reporter.



from Odisha Reporter https://ift.tt/tFkm7nQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages