ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବଡ଼ସୁଆର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେରେ ଭାସିଯାଇ ନିଖୋଜ ହୋଇଥିବା ସମସ୍ତ ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ବନ୍ଧମୁଣ୍ଡା ନଦୀ ଭିତରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ ଜେନା ଓରଫ୍ ବବ୍ଲୁ। ଶୁକ୍ରବାର ଶୁଭମ୍ ଜେନା ଓ ସମ୍ବିତ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ରଶ୍ମିରଂଜନ ଜେନା, କରଣ ଜେନା ଓ କୃଷ୍ଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କ ମୃତଦେହ ମିଳିବା ପରେ ସର୍ଚ୍ଚ ଅପରେସନ ବନ୍ଦ ହୋଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ବନ୍ଧମୁଣ୍ଡ ଗାଁର ରଶ୍ମିରଂଜନ ଜେନା, କରଣ ଜେନା, କୃଷ୍ଣ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁର ଟାଉନ୍ର ସମ୍ୱିତ ଜେନା ଗାଧୋଇବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ। ଙ୍ଗଳାଘାଟରେ ଗାଧଉଥିବା ବେଳେ ଗଣ୍ଡ ଭିତରକୁ ଚାଲି ଯାଇଥିଲେ। ହେଲେ ଆଉ ବାହାରି ପାରିନଥିଲେ। ସେପଟେ ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ। ହେଲେ କାହାରିକୁ ପାଇନଥିଲେ। କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସାହି ଭାଇଙ୍କୁ କହିଥିଲେ।
ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ଗାଁ ଲୋକେ ୧୭ ବର୍ଷୀୟ ଯୁବକ ଅମିତ ଜେନାକୁ ଉଦ୍ଧାର କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଜଣାଯାଇଛି। ୬ଜଣ ମୃତଦେହ ମିଳିବା ପରେ ଗାଁ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
The post ଖରସ୍ରୋତା ନଦୀରେ ଅଘଟଣ; ମିଳିଲେ ନିଖୋଜ ୬ ଜଣ appeared first on Odisha Reporter.
from Odisha Reporter https://ift.tt/NORPLdn
No comments:
Post a Comment