ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଗୃହମନ୍ତ୍ରୀ ଥିବା ବେଳେ ଫୁଟିଲା ବୋମା। ଦକ୍ଷିଣ କଶ୍ମୀରର ତିନୋଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତକାଲି ଶ୍ରୀନଗରରେ ଅନୁଷ୍ଠିତ ସିଆର୍ପିଏଫ୍ ୮୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ ଅମିତ ଶାହ। ଏଥିରେ ଯୋଗ ଦେଇ ଆଉ କିଛି ବର୍ଷ ଭିତରେ ଜମ୍ମୁ-କଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓବାଦୀ କ୍ଷେତ୍ରରେ ଶାନ୍ତି ଫେରିବ। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ ସିଆର୍ପିଏଫ୍ ମୁତୟନ କରିବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ତେବେ ଏହାରି ଭିତରେ ଆତଙ୍କବାଦୀମାନେ ଆକ୍ରମଣ କରି ଗୃହମନ୍ତ୍ରୀଙ୍କୁ ଏକ ଚେତାବନୀ ଦେଇଛନ୍ତି।
ଗୃହମନ୍ତ୍ରୀଙ୍କ ଥିବା ସମୟରେ ହିଁ ଦକ୍ଷିଣ କଶ୍ମୀରର ପୁଲୱାମା, ସୋପିଆନ୍ ଏବଂ ଅବନ୍ତିପୋରାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ସେହିପରି କିଛି ସାଧାରଣ ନାଗରିକଙ୍କ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଥିବା ସୂଚନା ମିଳିଛି।
ଆତଙ୍କବାଦୀମାନେ ପ୍ରଥମ ଆକ୍ରମଣ ସୋପିଆନ୍ ଅଞ୍ଚଳରେ କରିଥିଲେ। ସକାଳ ୮ଟାରେ ସିଆର୍ପିଏଫ୍ର ୧୭୮ ବଟାଲିଅନ୍ କ୍ୟାମ୍ପ ଉପରେ ଗ୍ରେନେଡ୍ ହମ୍ଲା କରିଥିଲେ। ଏଥିରେ ସିଆର୍ପିଏଫ୍ର ଜଣେ ଯବାନ ଆହତ ହୋଇଛନ୍ତି। ସେହିପରି ଆତଙ୍କବାଦୀମାନେ ଦ୍ୱିତୀୟ ଆକ୍ରମଣ ଅବନ୍ତିପୋରାରେ କରିଥିଲେ। ସେଠାକାର ନୌଦାଲ ତ୍ରାଲରେ ସିଆର୍ପିଏଫ୍ର ୧୮୦ ବଟାଲିଅନ୍ କ୍ୟାମ୍ପ ଉପରେ ମଧ୍ୟ ଗ୍ରେନେଡ୍ ମାଡ କରିଥିଲେ। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।
ସେହିପରି ତୃତୀୟ ଆକ୍ରମଣ ଆତଙ୍କବାଦୀମାନେ ପୁଲୱାମାରେ କରିଥିଲେ। ସକାଳ ୯ଟାରେ ଆତଙ୍କବାଦୀମାନେ ଅରିହାଲ ପୁଲୱାମାରେ ଜଣେ ସାଧାରଣ ନାଗରିକକଙ୍କୁ ଉପରକୁ ଗିଳୁମାଡ କରିଥିଲେ। ତେବେ ଏହି ଗୁଳିମାଡରେ ଉକ୍ତ ବ୍ୟକ୍ତି ଜଣକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଗୁଳିମାଡ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ବିଜନୌର ବାସିନ୍ଦା ଅବ ସଲାମଙ୍କ ପୁଅ ମୋହମ୍ମଦ ଅକରମ।
ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଅନୁଷ୍ଠିତ ସିଆର୍ପିଏଫ୍ ୮୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ। ଏଥିରେ ଯୋଗ ଦେଇ ସେ ଜମ୍ମୁ-କଶ୍ମୀରକୁ ଶାନ୍ତି ଫେରି ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ, ‘ମୁଁ ବିଶ୍ୱାସର ସହ କହିପାରିବି ଯେ, ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ୩ଟି କ୍ଷେତ୍ରରେ ସିଆର୍ପିଏଫ୍ ଯେଉଁ ଦୃଢ଼ତାର ସହ କାର୍ଯ୍ୟ କରିଛି, ଆଉ କିଛି ବର୍ଷ ପରେ ସେଠାରେ ସିଆର୍ପିଏଫ୍ ଆବଶ୍ୟକତା ପଡ଼ିବ ନାହିଁ। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ କେନ୍ଦ୍ରୀୟ ଫୋର୍ସ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନିର୍ଣ୍ଣାୟକ ନିୟନ୍ତ୍ରଣ ନେଇପାରିଛି।’ ଚଳିତବର୍ଷ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆର୍ପିଏଫ୍ ପ୍ରତିଷ୍ଠା ଦିବସ ପରେଡ୍ ଅନୁଷ୍ଠିତ ହୋଇଥିଲା।
The post କଶ୍ମୀରରେ ଗୃହମନ୍ତ୍ରୀ ଥିବା ବେଳେ ଫୁଟିଲା ବୋମା, ୩ ଯବାନ ଆହତ appeared first on Odisha Reporter.
from Odisha Reporter https://ift.tt/2mTg45D
No comments:
Post a Comment