ଆରମ୍ଭରୁ ଇଭିଏମ୍ ଅଚଳ, ମତଦାନ ବାଧାପ୍ରାପ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 23, 2022

ଆରମ୍ଭରୁ ଇଭିଏମ୍ ଅଚଳ, ମତଦାନ ବାଧାପ୍ରାପ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ଆରମ୍ଭରୁ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ଲୋକମାନେ ମତଦାନ ପାଇଁ ଭୋଟ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଛନ୍ତି।

ଭୁବନେଶ୍ୱରର ବିଏମସିର ୪୧ ନମ୍ବର ୱାର୍ଡର ୪୩୨ ନମ୍ବର ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ  ମତଦାନ ବିଳମ୍ବ ହୋଇଛି।

ସେହିପରି ନୂଆପଡ଼ା NACର ୧୨ ନଂ ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଦାନ ବିଳମ୍ବ ହୋଇଛି।  ବୁଥରେ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ କାମ କରୁନାହିଁ। ଭୋଟ କେନ୍ଦ୍ର ବାହାରେ ୫ ଶହରୁ ଊର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ଅପେକ୍ଷା କରିଛନ୍ତି।

କଟକ ଜିଲ୍ଲା ଆଠଗଡ଼ରେ ୩ ନମ୍ବର ୱାର୍ଡର ୩ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଯାଇଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି।

ଲୋକମାନେ ମତଦାନ ପାଇଁ ଭୋଟ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଛନ୍ତି।

ପୌର ନିର୍ବାଚନ ଲାଗି ସକାଳ ୮ଟାରୁ ମତଦାନ ଚାଲିଛି। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି।

ପୌର ନିର୍ବାଚନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସତ୍ତ୍ୱେ ପୌର ନିର୍ବାଚନରେ ଭୋଟ୍ ଦେବାର ପ୍ରମାଣ ମିଳିବ, ଅର୍ଥାତ ଡବଲ୍ ଭୋଟିଂ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

 

The post ଆରମ୍ଭରୁ ଇଭିଏମ୍ ଅଚଳ, ମତଦାନ ବାଧାପ୍ରାପ୍ତ appeared first on Odisha Reporter.



from Odisha Reporter https://ift.tt/NOYVRh9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages