ଶାଶୁକୁ ପିଟିଥିଲେ ଶର୍ମିଷ୍ଠା; ମର୍ଡର ପରେ ଶରଣ ପଶିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 23, 2022

ଶାଶୁକୁ ପିଟିଥିଲେ ଶର୍ମିଷ୍ଠା; ମର୍ଡର ପରେ ଶରଣ ପଶିଲେ

ଯାଜପୁର(ଜନ୍ମେଜୟ ଦାସ): ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ  ଶର୍ମିଷ୍ଠା ରାଉତ ଏବେ ବି ପୁଲିସ୍‌ ପଞ୍ଝାରୁ ବାହାରେ ଥିବା ବେଳେ ତାଙ୍କ ସମ୍ପର୍କରେ ଦିନକୁ ଦିନ ମିଳୁଛି ନୂଆ ନୂଆ ତଥ୍ୟ। ମାନସ ସ୍ୱାଇଁ ହତ୍ୟାକାଣ୍ଡ ପରେ ଗିରଫଦାରୀକୁ ଏଡ଼ାଇବାକୁ ୩ ଦିନ ଶାଶୁ ଘରେ ଲୁଚିଥିଲେ ଶର୍ମିଷ୍ଠା। ଏପରିକି ୪ ବର୍ଷ ପୂର୍ବେ ଶାଶୁଙ୍କୁ ମାରପିଟ କରିବାକୁ ପଛାଇ ନ ଥିବା ଶର୍ମିଷ୍ଠା ହଠାତ୍‌ ରାତି ଅଧରେ ପହଞ୍ଚି ଶାଶୁଙ୍କୁ ଶରଣ ମାଗିଥିଲେ। ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କୋଳିପସି ଗାଁରେ ରହୁଥିବା ଶର୍ମିଷ୍ଠାଙ୍କ ଶାଶୁ ଶାନ୍ତିଲତା ଦେଇଛନ୍ତି ଏହି ସୂଚନା । ମାନସ ମର୍ଡର ବିଷୟରେ କିଛି ଜାଣି ନ ଥିବା ବୃଦ୍ଧାଜଣକ ନିଜ ବୋହୂକୁ ଶରଣ ଦେଇଥିବାରୁ ଏବେ ପୁଲିସ୍‌ ଜେରାର ସମ୍ମୁଖୀନ ହେଉଥିବା କହିଛନ୍ତି।

ଶାନ୍ତିଲତା ଦେଇଥିବା ସୂଚନା ଅନୁଯାୟୀ, ଶର୍ମିଷ୍ଠା ଗତ ୭ ତାରିଖ ବିଳମ୍ବିତ ରାତିରେ ଝୁନା ଭୋଇ ନାମ୍ନୀ ମହିଳାଙ୍କ ସହ ତାଙ୍କ ଘରେ ପହଞ୍ଚିଥିଲେ। ଆଶ୍ରମ ନାଁରେ ଡକ୍ୟୁମେଣ୍ଟ କରିବାକୁ ଆସିଛି ବୋଲି ଶାଶୁଙ୍କୁ କହିଥିଲେ। ଏହାପରେ ସେଠାରେ ସେ  ୩ ଦିନ ରହିଥିଲେ । ପରେ ୧୦ ତାରିଖ ସକାଳେ ଶର୍ମିଷ୍ଠା କେଉଁ ଆଡ଼େ ଚାଲି ଯାଇଥିଲେ । ଶର୍ମିଷ୍ଠା ଶାଶୁ ଘରେ ଥିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୁଲିସ୍‌ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୁ ଘରେ ପହଞ୍ଚି  ପଚରାଉଚରା କରିଥିଲା ।

ଶାଶୂ ଶାନ୍ତିଲତା କହିଛନ୍ତି, ତାଙ୍କ ସାମ୍ବାଦିକ ପୁଅ ଜିତେଶ କୁମାର ବଳଙ୍କୁ ଶର୍ମିଷ୍ଠା ୨୦୧୩ ମାର୍ଚ୍ଚରେ ପ୍ରେମ ବିବାହ କରିଥିଲେ । ୨୦୧୬ରେ ଉଭୟଙ୍କ ଗୋଟିଏ ପୁଅ ବି ଜନ୍ମ ହୋଇଥିଲା । ଶର୍ମିଷ୍ଠା ଓ ଜିତେଶ ଭୁବନେଶ୍ୱରରେ ରହୁଥିଲେ । ପ୍ରାୟ ୪ ବର୍ଷ ପୂର୍ବେ ପୁଅ ବୋହୂ ଭୁବନେଶ୍ୱରରେ ରହୁଥିବା ବେଳେ ସେଠାକୁ ମୁଁ ତାଙ୍କ ପାଖକୁ ଥରେ ଯାଇଥିଲି। ମାତ୍ର ସେଠାରେ ବୋହୂ ମୋତେ ମାରପିଟ କରିବାରୁ ମୁଁ ପଳାଇ ଆସିଥିଲି। ଏହାପରଠୁ ମୋ’ର ଆଉ ପୁଅବୋହୂ ସହ କିଛି ସମ୍ପର୍କ ନ ଥିଲା ।

ଏହି ଘରେ ଲୁଚିଥିଲେ ଶର୍ମିଷ୍ଠା।

ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିବା ବେଳେ ୨୦୧୮ରୁ ଦୁହେଁ ଅଲଗା ହୋଇଯାଇଥିଲେ ।  ୨୦୧୮ରୁ ପରିବାର ସହ ବି ଉଭୟଙ୍କର କୌଣସି ସମ୍ପର୍କ ନ ଥିବା କହିଛନ୍ତି ଶର୍ମିଷ୍ଠାଙ୍କ ଶାଶୂ ତଥା ଜିତେଶଙ୍କ ମା’ । ଏହାପରେ ହଠାତ୍‌ ଗତ ୭ ତାରିଖ ରାତିରେ ଶର୍ମିଷ୍ଠା ଆସି ପହଞ୍ଚିଲା। ତେଣୁ ତା’ ବିଷୟରେ ମୁଁ କିଛି ଜାଣିନି।

ବୋହୂ ରାତି ଅଧରେ ମୋତେ ଆଶ୍ରୟ ମାଗିଲା, ମୁଁ ଦେଲି । ମାନସ ହତ୍ୟାକାଣ୍ଡ ତଥା  ସେଥିରେ ବୋହୂର ସମ୍ପୃକ୍ତି ବିଷୟରେ ମୁଁ କିଛି ଜାଣିନି। ବୋହୂ ଯଦି ଦୋଷ କରିଛି ସେ ଦଣ୍ଡ ପାଇବେ ଉଚିତ ବୋଲି କହିଛନ୍ତି ଶାନ୍ତିଲତା।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍‌ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କୁ ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରେ ପୋତି ଦିଆଯାଇଥିଲା । ମାନସ ଅପହରଣ ୭ ତାରିଖରେ ହୋଇଥିବା ବେଳେ ଉକ୍ତ ରାତିରେ ଶର୍ମିଷ୍ଠା ନିଜ ଶାଶୁ ଘରେ ସହଯୋଗୀ ଝୁନା ସହ ଆତ୍ମଗୋପନ କରିଥିଲେ।

ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ ମୋଟ ୬ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ସକ୍ଷମ ହୋଇପାରିନି ।   ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେବି ଫେରାର ଅଛନ୍ତି ।ଏହା ଏକ ବହୁଚର୍ଚ୍ଚିତ ମାମଲା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ୱ  ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା   ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଆପତ୍ତିଜନକ ଭିଡ଼ିଓ ସମ୍ବଳିତ ମେମୋରୀ ଚିପ୍ ରହିଥିବା ସନ୍ଦେହ କରାଯାଉଛି । ଯେଉଁ ଚିପ୍ ପାଇଁ ଶର୍ମିଷ୍ଠା ବିପଦରେ ପଡ଼ିବାର ଆଶଙ୍କା ଥିବାରୁ ତାକୁ ହାତେଇବାକୁ ଉଦ୍ୟମ କରିଥିଲେ। ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ମଧ୍ୟ ଏହି ଘଟଣାରେ ମାଷ୍ଟରମାଇଣ୍ଡ ହୋଇ ମାନସଙ୍କ ଅପହରଣ, ହତ୍ୟାଠୁ ଆରମ୍ଭ କରି ମୃତଦେହକୁ ପୋତିବା ଆଦି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ବୋଲି ପୁଲିସ କହିଛି । ଶର୍ମିଷ୍ଠା ଓ ନିରଞ୍ଜନଙ୍କ ମଧ୍ୟରେ ଆପତ୍ତିଜନକ ସମ୍ପର୍କର ଭିଡିଓ କ୍ୟାମେରାମ୍ୟାନ ମାନସଙ୍କ ହାତରେ ଲାଗିଥିବାର ସନ୍ଦେହ କରାଯାଉଛି । ଯେଉଁଥିପାଇଁ ତାଙ୍କୁ ମିଳିତ ଭାବେ ହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

The post ଶାଶୁକୁ ପିଟିଥିଲେ ଶର୍ମିଷ୍ଠା; ମର୍ଡର ପରେ ଶରଣ ପଶିଲେ appeared first on Odisha Reporter.



from Odisha Reporter https://ift.tt/Q4r0xzh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages