ଭୁବନେଶ୍ୱର(ଓଡ଼ିଶା ରିପୋଟର): ପୌର ନିର୍ବାଚନ ଲାଗି ଆଜି ମତଦାନ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି।
ପୌର ନିର୍ବାଚନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସତ୍ତ୍ୱେ ପୌର ନିର୍ବାଚନରେ ଭୋଟ୍ ଦେବାର ପ୍ରମାଣ ମିଳିବ, ଅର୍ଥାତ ଡବଲ୍ ଭୋଟିଂ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।
ରାଜଧାନୀ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୁଲିସ। ନିର୍ବାଚନ ପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ ଓ ୧୫୦ ପୁଲିସ ଅଫିସର। ୭୦୫ ବୁଥ ପାଇଁ ପୋଲିଂ ପାର୍ଟି ସହ ପୁଲିସ ପଠାଯାଇଛି।
ଜଟଣୀ ଓ ଭୁବନେଶ୍ୱର ପାଇଁ ୫୫ଟି ମୋବାଇଲ ପାର୍ଟି ନିଯୁକ୍ତ ହୋଇଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ, ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।
The post ପୌର ନିର୍ବାଚନ ଲାଗି ଆଜି ମତଦାନ appeared first on Odisha Reporter.
from Odisha Reporter https://ift.tt/84Ahb3I
No comments:
Post a Comment