ଆସନ୍ତାକାଲି ପୌର ଭୋଟ୍ : ୪୩୭୩ ବୁଥରେ ସକାଳ ୮ଟାରୁ ଭୋଟ୍ ଦେବେ ୪୦.୫୫ଲକ୍ଷ ଭୋଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 23, 2022

ଆସନ୍ତାକାଲି ପୌର ଭୋଟ୍ : ୪୩୭୩ ବୁଥରେ ସକାଳ ୮ଟାରୁ ଭୋଟ୍ ଦେବେ ୪୦.୫୫ଲକ୍ଷ ଭୋଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପୌର ନିର୍ବାଚନ ହେବ। ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୧୦୯ଟି ସହରାଞ୍ଚଳରେ ଥିବା ୪୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ସମେତ ମୋଟ୍‌ ୬୩୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବ ବେଳେ ୩ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ନିର୍ବାଚନ ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ବୁଥରେ ପୁଲିଂ ପାର୍ଟି ପହଚିଂ ସାରିଛନ୍ତି । ନିର୍ବାଚନରେ ମୋଟ ୨୨ହଜାର ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୪ଜଣ ପୁଲିଂ ଅଫିସର ରହିବେ । ଚଳିତଥର ପୌର ନିର୍ବାଚନ ଇଭିଏମ୍ ମେସିନ୍ ମାଧ୍ୟମରେ ହେବ । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ପୌରାଂଚଳରେ ୩ ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ତେଣୁ ଏସବୁ ଆସନ ବ୍ୟତୀତ ବାକି ଆସନଗୁଡ଼ିକରେ ମତଦାନ ହେବ । ୧୦୬ଟି ପୌର ପରିଷଦ ଓ ଏନଏସିର ମୋଟ ୧୬୭୨ଟି ୱାର୍ଡରେ ୨୯୮୯ଟି ବୁଥ୍ ଓ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ୧୩୮୪ଟି ବୁଥରେ ମତଦାନ ହେବ । ପ୍ରାୟ ୧୦ବର୍ଷ ପରେ ଏସବୁ ପୌର ସଂସ୍ଥାରେ ଆସନ୍ତାକାଲି ମତଦାନ ହେବାକୁ ଯାଉଛି ।

ଅନ୍ୟପକ୍ଷରେ ରାଜ୍ୟ ପୁଲିସ ପକ୍ଷରୁ ଆଜି ଜାରି ସୂଚନା ଅନୁସାରେ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ଅବାଧ ନିର୍ବାଚନ ପାଇଁ ୧୦୫ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୧୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଛି। ଏହି ୩ ମହାନଗର ନିଗମର ମୋଟ ୧୬୮ଟି ୱାର୍ଡର ୧୪୦୭ଟି ବୁଥରେ ଭୋଟଗ୍ରହଣ ହେବ । ସେହିପରି ୧୦୬ଟି ପୌରାଂଚଳ ଓ ଏନଏଏସିରେ ୧୦୦ ପ୍ଲାଟୁନ୍ ଫୋର୍ସ ଓ ୩୪୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ୧୦୬ଟି ସହରାଂଚଳରେ ମୋଟ ୧୭୩୧ଟି ୱାର୍ଡରେ ୩୦୬୮ଟି ବୁଥ୍ ପ୍ରସ୍ତୁତ ହୋଇଛି । ତେବେ ଯେଉଁ ୬୪ଟି ୱାର୍ଡରେ ଭୋଟଗ୍ରହଣ ହେବନି ତାକୁ ମଧ୍ୟ ରାଜ୍ୟ ପୁଲିସ ନିଜ ତାଲିକାରେ ସାମିଲ କରି ସେଠାରେ ଭୋଟ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରେସ୍ ରିଲିଜ୍ ଜାରି କରିଛି ।

The post ଆସନ୍ତାକାଲି ପୌର ଭୋଟ୍ : ୪୩୭୩ ବୁଥରେ ସକାଳ ୮ଟାରୁ ଭୋଟ୍ ଦେବେ ୪୦.୫୫ଲକ୍ଷ ଭୋଟର appeared first on Odisha Reporter.



from Odisha Reporter https://ift.tt/Is4vl9N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages