ବାଇକ୍‌ରେ ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 3, 2022

ବାଇକ୍‌ରେ ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଅଜଣା ଗାଡ଼ି

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଗତକାଲି ସମଗ୍ର ଦେଶରେ ବେଶ୍‌ ଧୁମଧାମର ସହ ଇଦ୍‌ ପାଳିଛନ୍ତି ମୁସଲିମ୍‌ ସମ୍ପ୍ରଦାୟ ଲୋକେ। ମାତ୍ର ଏହି ଅବସରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏକ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଛନ୍ତି ୨ ମୁସଲିମ୍‌ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ତାରିଣୀ ଛକ ନିକଟରେ ଗତ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ସ୍ଥାନୀୟ ମତୋ ସାହିର ସେକ୍  ଅସଲାମ୍  ଏବଂ ସେକ ସକିଲ୍  ବୋଲି ଜଣା ପଡ଼ିଛି ।

ଗତକାଲି ରାତି ପ୍ରାୟ ୮ଟାରେ ଅସଲାମ୍ ଓ  ସେକ ସକିଲ୍ ଏକ ବାଇକ୍‌ରେ କେନ୍ଦ୍ରାପଡ଼ାରୁ ମତୋ ଫେରୁଥିବା ବେଳେ ଚାନ୍ଦବାଲି ତାରିଣୀ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ଏକ ହାଇଓ୍ୱା ଗାଡି ସହ ଅନ୍ୟ ଏକ ଗାଡିକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ପୁଲିସ୍‌ ମାମଲାର ତଦନ୍ତ କରୁଛି ।

The post ବାଇକ୍‌ରେ ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଅଜଣା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/H4X20pZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages