ଆଇନ ବିଶ୍ୱବିଦ୍ୟାଳରେ ଫୁଟିଲା କରୋନା ବୋମା, ଏକାଥରେ ୬୦ ଛାତ୍ର ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 4, 2022

ଆଇନ ବିଶ୍ୱବିଦ୍ୟାଳରେ ଫୁଟିଲା କରୋନା ବୋମା, ଏକାଥରେ ୬୦ ଛାତ୍ର ପଜିଟିଭ

ଚଣ୍ଡିଗଡ: ପୁଣି ମୁଣ୍ଡ ଟେକିଲାଣି ମହାମାରୀ। ଦେଶରେ ବଢ଼ିଲାଣି ସଂକ୍ରମଣ ସଂଖ୍ୟା। ଦିନକୁ ଦିନ ବଢ଼ିଚାଲିଛି ଦୈନିକ ସଂକ୍ରମଣ ମାମଲା। ଏହାରି ଭିତରେ ରାଜୀବ ଗାନ୍ଧି ନ୍ୟାସନାଲ ଲ’ ୟୁନିର୍ଭସିଟିରେ ଫୁଟିଛି କରୋନା ବୋମା। ପଞ୍ଜାବ ପଟିଆଲା ସ୍ଥିତ ଲ’ ୟୁନିର୍ଭସିଟିରେ ଏକାଥରକେ ୬୦ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ବିଶ୍ୱବିଦ୍ୟାଳୟକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ସଂକ୍ରମିତ ଛାତ୍ରଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ଛାତ୍ରଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଆଇସୋଲେଟ୍‌ କରି ରଖାଯାଇଛି। ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ମେ’ ୧୦ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କହିଛନ୍ତି।

ସେପଟେ କରୋନା ମାମଲାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଫ୍‌ଲାଇନ୍‌ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। କ୍ଲାସକୁ ପୁଣିଥରେ ଅନ୍‌ଲାଇନ୍‌ ମୋଡ୍‌କୁ ଟ୍ରାନ୍ସଫର କରାଯିବ। ସବୁ କୋର୍ସ ପାଇଁ ସଂଶୋଧିତ କାର୍ଯ୍ୟକ୍ରମ ଜାରି କରାଯିବ।

କୁହାଯାଉଛି ଯେ, ମଙ୍ଗଳବାର ଦିନ ୨୦ ଛାତ୍ର କୋଭିଡ ପିଜିଟିଭ ଚିହ୍ନଟ ହୋଇଥିଲା। ତେବେ ବୁଧବାର ଦିନ ଆଉ ୪୦ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଗକୁ ଏହି ସଂକ୍ରମଣ ମାମଲା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ବିଶ୍ୱବିଦ୍ୟାଳୟରେ ନିକଟରେ ହିଁ ଫେରୱେଲ୍‌ ପାର୍ଟି ଆୟୋଜିତ ହୋଇଥିଲା।

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ଦିନକରେ ୫୫ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ମାମଲା ୨.୧% ଅଧିକ ବଢ଼ିଛି। ଏହି ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୩,୯୭୫ରେ ପହଞ୍ଚିଛି।

The post ଆଇନ ବିଶ୍ୱବିଦ୍ୟାଳରେ ଫୁଟିଲା କରୋନା ବୋମା, ଏକାଥରେ ୬୦ ଛାତ୍ର ପଜିଟିଭ appeared first on Odisha Reporter.



from Odisha Reporter https://ift.tt/0IaljAZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages