ଭାରତ ଫେରିଲେ ମୋଦି, ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 4, 2022

ଭାରତ ଫେରିଲେ ମୋଦି, ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ:  ତିନି ଦିନିଆ ୟୁରୋପ ଗସ୍ତ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ପ୍ୟାରିସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କୁ ଭେଟିଛନ୍ତି। ଦୁଇ ରାଷ୍ଟ୍ରମୁଖ୍ୟ ଭେଟିବା ସମୟର ଚିତ୍ର ସାମ୍ନାକୁ ଆସିଛି। ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ଏହି ଫଟୋକୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ମାକ୍ରନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ପ୍ରତିରକ୍ଷା, ମହାକାଶ, ପରମାଣୁ ସହଯୋଗ, ଆଞ୍ଚଳିକ ଏବଂ ଗ୍ଲୋବାଲ୍ ସମସ୍ୟା ଉପରେ ଦୁଇ ନେତା ଆଲୋଚନା କରିଛନ୍ତି।

ୟୁକ୍ରେନ୍-ରୁଷ ଯୁଦ୍ଧକୁ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମାନ ବୁଝାବଣା ରହିଛି। ଏ ସ୍ଥିତି ନେଇ ଉଭୟ ଦେଶ ଗଠନମୂଳକ ଭୂମିକା ନିର୍ବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତ ଓ ଫ୍ରାନ୍ସ ମଧ୍ୟରେ ସହଭାଗିତା ଆହୁରି ମଜଭୁତ କରିବା ଦିଗରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସୁବିଧା ସୁଯୋଗ ଦେଖି ଭାରତ ଆସିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟରୁ ସିଧା ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥେନୀକୁ ଯାଇଥିଲା। ହୋଟେଲ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ପ୍ରବାସୀ ଭାରତୀୟ। ହାତରେ ତ୍ରିରଙ୍ଗା ଧରି, ବାଜା ବଜାଇ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ।

୩ ଦିନିଆ ୟୁରୋପ ଗସ୍ତର ଶେଷ ପର୍ଯ୍ୟାୟରେ ମୋଦି ଡେନ୍‌ମାର୍କରୁ ପ୍ୟାରିସ୍‌ରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଧି ମୁତାବକ ସ୍ୱାଗତ କରାଯାଇଥିଲା। ଏହା ମୋଦିଙ୍କ ପଞ୍ଚମ ଫ୍ରାନ୍ସ ଗସ୍ତ ହୋଇଥିବା ବେଳେ ପୂର୍ବରୁ ୨୦୧୫ରେ ୨ ଥର ଏବଂ ୨୦୧୭ ଓ ୨୦୧୯ରେ ଥରେ ଲେଖାଏଁ ଫ୍ରାନ୍ସ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

The post ଭାରତ ଫେରିଲେ ମୋଦି, ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ appeared first on Odisha Reporter.



from Odisha Reporter https://ift.tt/psnvzOd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages