ୟୁରୋପରେ ସେଞ୍ଚୁରୀମୁହାଁ ମଙ୍କିପକ୍ସ ମାମଲା, ଘୋଷଣା ହେବ କି ମହାମାରୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 20, 2022

ୟୁରୋପରେ ସେଞ୍ଚୁରୀମୁହାଁ ମଙ୍କିପକ୍ସ ମାମଲା, ଘୋଷଣା ହେବ କି ମହାମାରୀ?

ନୂଆଦିଲ୍ଲୀ: କରୋନା ପରି ମଙ୍କିପକ୍ସ ବି ମହାମାରୀ ଘୋଷଣା ହେବ କି ? ମାନବ ସମାଜ ପାଇଁ ଏହା ସାଜିବକି ଘାତକ? କିପରି ରହିବ ଏହାର ରୂପରେଖ ? ଏହାକୁ  ଗମ୍ଭୀରତାର ସହ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବିଶେଷ ଆଲୋଚନା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ।

କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଉପରେ ଏକ ଶକ୍ତ ପ୍ରହାର ସଦୃଶ ଥିବା ବେଳେ ଏବେ ଅଣ୍ଟା ସଳଖୁଥିବା ମାନବ ଜାତି ପାଇଁ ପୁଣି ଥରେ ଦେଖା ଦେଲାଣି ମଙ୍କିପକ୍ସ ବିପଦ । ବିଭିନ୍ନ ଦେଶରେ ମୁଣ୍ଡ ଟେକିଲାଣି ଏହି ମାମଲା। ୟୁରୋପରେ ଏହି ରୋଗ ସେଞ୍ଚୁରୀ ମାରି ସାରିଥିବା ବେଳେ ଦିନକୁ ଦିନ ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି।

ଏହି ଟ୍ରେଡକୁ ଗମ୍ଭିରତାର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। ଏହାକୁ ନେଇ ହୁ’ ଏକ ଇମରଜେନ୍ସି ବୈଠକ ଡାକିଥିବା ବେଳେ ମଙ୍କିପକ୍ସ ସମ୍ପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଛି। ତେବେ ଏହାକୁ ମହାମାରୀ ଘୋଷଣା କରାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯାଇନି।

ଏ ପର୍ଯ୍ୟନ୍ତ ୟୁରୋପର ବିଭିନ୍ନ ଦେଶରେ ପ୍ରାୟ ଶହେ ପାଖାପାଖି ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି। ବେଲଜିୟମ,ଫ୍ୟାନ୍ସ, ଜର୍ମାନୀ, ଇଟାଲି, ନେଦରଲାଣ୍ଡ, ପର୍ତ୍ତୁଗାଲ, ସ୍ପେନ, ସ୍ୱିଡେନ ଓ ବ୍ରିଟେନ  ସମେତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ବି ମଙ୍କିପକ୍ସ ମାମଲା ବଢ଼ିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ଦ୍ୱିଗୁଣ କରିଛି।  ହେଲେ ଏହି ମାମଲା ମହାମାରୀ ରୂପ ଧାରଣ କରିପାରିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କାରଣ କରୋନା ପରି ଏହାଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁନି।

ଏହାକୁ ନେଇ ପ୍ରଫେସର ଫେବିୟନ କହିଛନ୍ତି, ଏହି ରୋଗ ବେଶି ଦିନ ତିଷ୍ଠି ରହିବା ପରି ଲାଗୁନି। କାରଣ ଏହି ମାମଲାର ଲକ୍ଷଣ ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଆଇସୋଲେଟ କରି ଏହାର ସଂକ୍ରମଣରେ ବ୍ରେକ ଲଗାଯାଇପାରିବ ।  ଭ୍ୟାକସିନ୍ ବି ଏହା ଉପରେ ବେଶ୍‌ କାମ ଦେଉଛି।

କିନ୍ତୁ ହୁ’ ର ୟୁରୋପିଆନ ଚିଫ୍‌ ମଙ୍କିପକ୍ସକୁ ନେଇ ଅଧିକ ଚିନ୍ତିତ । ୟୁରୋପରେ ଲୋକ ସାଧାରଣତଃ ସପ୍ତାହାନ୍ତରେ ବିଭନ୍ନ ସ୍ଥାନରେ ପାର୍ଟି କରୁଥିବା ବେଳେ ତଥା ଛୁଟି କାଟିବାକୁ ବାହାରକୁ ଯାଉଥିବାରୁ ଏହି ବେମାର ଖୁବ୍‌ ଶୀଘ୍ର ବ୍ୟାପିବାର ଆଶଙ୍କା ରହିଛି।

ୟୁରୋପରେ ପ୍ରଥମ ମଙ୍କିପକ୍ସ ମାମଲା ମେ’ ୭ରେ ଚିହ୍ନଟ ହୋଇଥିଲା। ଉକ୍ତ ବ୍ୟକ୍ତିଜଣକ ନାଇଜେରିଆରୁ ଆସିଥିଲେ। ଏହାର ବହୁ ପୂର୍ବରୁ ମଙ୍କିପକ୍ସ ମାମଲା ଆଫ୍ରିକାରେ ଚିହ୍ନଟ ହୋଇଥିଲା । ସେଠାରେ ୨୦୧୭ ମସିହାରୁ ଏହି ପ୍ରକାର ରୋଗୀ ଚିହ୍ନଟ ହେଉଥିବା ବେଳେ କିଛି ଦିନ ପୂର୍ବେ ୟୁରୋପରେ ଏପରି ରୋଗୀ ଚିହ୍ନଟ ହୋଇଥିଲେ। ପରେ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

ମଙ୍କିପକ୍ସରେ ଜଣେ କେହି ଆକ୍ରାନ୍ତ ହେଲେ ୫ ଦିନ ଭିତରେ ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, କୁଣ୍ଡାଇ ହେବା, ପିଠି ଯନ୍ତ୍ରଣା, ମାଂସପେଶୀ ଦରଜ, ହାଲିଆ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ।  ମଙ୍କିପକ୍ସ ପ୍ରଥମେ ଚିକେନପକ୍ସ ପରି ଦେଖା ଯାଇଥାଏ। ଜ୍ୱର ହେବାର ୩ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

ରିସର୍ଚ୍ଚରୁ ଜଣାପଡ଼ିଛି ସ୍ମଲପକ୍ସ ରୋଗୀଙ୍କ କ୍ଷେତ୍ରରେ ଦିଆଯାଉଥିବା ଭ୍ୟାକସିନ୍‌ ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବି ଭଲ ଫଳ ଦେଉଛି। ଏକ୍ଷେତ୍ରରେ ଭ୍ୟାକସିନ୍‌ ୮୫% କାମ ଦେଉଛି। ଏହାବାଦ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ କ୍ଷେତ୍ରରେ ଗୁରୁତର ଲକ୍ଷଣ ଦେଖାଯାଉନି। ତେଣୁ ଏହାକୁ ନିକଟ ଭବିଷ୍ୟତରେ ଏହାକୁ ମହାମାରୀ ଘୋଷଣା କରାଯିବ କି ନାହିଁ ତାହା ଉପରେ ସମସ୍ତଙ୍କ ଆଖି।

The post ୟୁରୋପରେ ସେଞ୍ଚୁରୀମୁହାଁ ମଙ୍କିପକ୍ସ ମାମଲା, ଘୋଷଣା ହେବ କି ମହାମାରୀ? appeared first on Odisha Reporter.



from Odisha Reporter https://ift.tt/b6GxIew

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages