ବିନିକା(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଖୁରଡିଆବାହାଲ ଏମ.ଏସ.ବି ରାଇସ ମିଲ ସମ୍ମୁଖରେ ବାଲି ବୋଝେଇ ହାଇୱା ଧକ୍କାରେ ଆସିଷ୍ଟାଣ୍ଟ ଆରଆଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ନବୀନ କିଶୋର ମେହେର। ଆରଆଇଙ୍କୁ ବିନିକା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଆରଆଇ ବାଇକ୍ରେ ନିଜ ଘର ବାଲାଙ୍ଗିରରୁ ବାହାରି ବିନିକା ତହସିଲ ଅଫିସକୁ ଯାଉଥିଲେ। ଏହି ସମୟରେ କପାସିରା ଅଙ୍ଗନଦୀରୁ ବାଲି ବୋଝେଇ କରି ବିନିକା ଆସୁଥିବା ହାଇୱା ଏମ.ଏସ.ବି ରାଇସ ମିଲ ସମ୍ମୁଖରେ ଆରଆଇଙ୍କୁ ଧକ୍କା ଦେଇଥିଲା। ଆରଆଇ ବାଇକ୍ରୁ ଛିଟିକି ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
The post ଆରଆଇଙ୍କୁ ଧକ୍କା ଦେଲା ହାଇୱା appeared first on Odisha Reporter.
from Odisha Reporter https://ift.tt/6M1kouB
No comments:
Post a Comment