ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 10, 2022

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ

ନୂଆଦିଲ୍ଲୀ: ସଂଚାର କ୍ରାନ୍ତିର ଶ୍ରଷ୍ଠା ଏବଂ ହିମାଚଳ ପ୍ରଦେଶ ରାଜନୀତିର ଚାଣକ୍ୟ କୁହାଯାଉଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ଦେହାନ୍ତ ହୋଇଛି। ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପୁଅ ଅନୀଲ ଶର୍ମା ସୂଚନା ଦେଇଛନ୍ତି।

ସୁଖରାମଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା ଚାଲିଥିଲା। ମେ’ ୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟର୍‌ରେ ଥିଲେ।

ସୂଚନା ମୁତାବକ, ତାଙ୍କୁ ମେ’ ୪ ତାରିଖରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହାପରେ ହିମାଚଳ ପ୍ରଦେଶ ମଣ୍ଡିର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ନ ଆସିବାରୁ ସେଠାରୁ ଏୟାରଲିଫ୍ଟ ଜରିଆରେ ଦିଲ୍ଲୀ ଅଣାଯାଇଥିଲା।

ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପଣ୍ଡିତ ସୁଖରାମଙ୍କ ପାର୍ଥୀବ ଶରୀରକୁ ଦିଲ୍ଲୀରୁ ମଣ୍ଡି ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଆସନ୍ତାକାଲି ସକାଳ ୧୧ଟାରେ ପଣ୍ଡିତ ସୁଖରାମଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ସହରର ଐତିହାସିକ ସେରୀ ମଞ୍ଚରେ ରଖାଯିବ। ଏହାପରେ ହନୁମାନଘାଟ ସ୍ଥିତ ଶ୍ମଶାନରେ ପୂରା ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ସୁଖରାମ ୫ ଥର ବିଧାନସଭା ଏବଂ ୩ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅନୀଲ ଶର୍ମା ହିମାଚଳ ପ୍ରଦେଶ ମଣ୍ଡିର ବିଧାୟକ ଅଛନ୍ତି। ସୁଖରାମ ୧୯୯୩-୧୯୯୬ ଯାଏଁ କେନ୍ଦ୍ର ମନ୍ତ୍ରୀ ଥିଲେ। ୧୯୯୬ରେ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଥିଲା। ୨୦୧୧ରେ ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ହୋଇଥିଲା। ସେହିପରି ୧୯୯୬ରେ ତାଙ୍କ ପୁଅ ଅନୀଲ ଶର୍ମାଙ୍କ ନାଁ ଟେଲିକମ୍‌ ଦୁର୍ନୀତିରେ ସାମ୍ନାକୁ ଆସିଥିଲା। ଏହାପରେ ଅନୀଲଙ୍କୁ କଂଗ୍ରେସରୁ ବିଦା କରି ଦିଆଯାଇଥିଲା।

୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସୁଖରାମ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ପୁଣି କଂଗ୍ରେସର ହାତ ଧରି ନେଇଥିଲେ।

The post ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/C0aNFYD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages