ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଗତ ୬ ଘଣ୍ଟାରେ ଏହା ୧୨ ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ପ୍ରଭାବରେ ଆସନ୍ତା କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିବା ବାତ୍ୟା ‘ଅସାନି’ କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ । ଫଳରେ ଆନ୍ଧ୍ରପ୍ରଦେଶକୁ ବାତ୍ୟା ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ‘ଅସାନି’ କାକିନାଡ଼ା-ବିଶାଖାପାଟଣା ମଝିରେ ସ୍ଥଳଭାଗ ଛୁଇଁ ଯାଇପାରେ । ସ୍ଥଳଭାଗ ଛୁଇଁ ଯିବା ପରେ ପୁଣି ତାହା ସମୁଦ୍ରକୁ ରିକର୍ଭ କରିପାରେ । ଏହାପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।
ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟା ଓ଼ଡିଶା ଉପକୂଳ ଛୁଇଁ ନ ପାରେ । ତେବେ ୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହା ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ମୁତୟନ ହୋଇଛନ୍ତି ଅଗ୍ନିଶମ ବିଭାଗର ୧୨ଟି ଟିମ୍ ।
ବାତ୍ୟା ‘ଅସାନି’କୁ ଆଖି ଆଗରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପିଲାଙ୍କ ସୁରକ୍ଷାକୁ ଦେଖି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
12କିମି ବେଗରେ ଗତି କରୁଛି ଅସାନି https://t.co/LMaFdg0loM
— Meteorological Centre, Bhubaneswar (@mcbbsr) May 11, 2022
The post ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’, କାଲି ଯାଏ ବର୍ଷିବ appeared first on Odisha Reporter.
from Odisha Reporter https://ift.tt/WpHTtjm
No comments:
Post a Comment