ନୂଆଦିଲ୍ଲୀ: ହଠାତ୍ ବଦଳିଗଲା ପାଗ। ପ୍ରବଳ ପବନ ଓ ଝଡ ବର୍ଷାରେ ଦୋହଲିଗଲା ଦିଲ୍ଲୀ। ରାଜଧାନୀ ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଫଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି । ଅତ୍ୟଧିକ ବେଗରେ ପବନ ବହିବା ଫଲରେ ଦିଲ୍ଲୀର ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି। ଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି। ଏପରିକି କିଛି ଗାଡି ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସେପଟେ ପ୍ରବଳ ବର୍ଷା ଓ ପବନ ଯୋଗୁ ଦୁଇ ଜଣ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଛି । ଓସ୍ତ ଗଛ ପଡି ଜଣେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଘର ବାଲକୋନିର କିଛି ଅଂଶ ଭାଙ୍ଗି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ପ୍ରହ୍ଲାଦପୁରୀ ଅଣ୍ଡରପାସରେ ବର୍ଷା ଯୋଗୁ ପ୍ରବଳ ପାଣି ଭର୍ତ୍ତି ହୋଇଯାଇଥିଲା। ଫଳରେ ଏହି ବର୍ଷା ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ସେପଟେ ଝଡ ବର୍ଷା ଯୋଗୁ ଜାମା ମସଜିଦର ଗମ୍ବୁଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜାମା ମସଜିଦର ଗମ୍ବୁଜ ୩ ଖଣ୍ଡ ହୋଇ ଯାଇଛି। ଭଙ୍ଗା ଗମ୍ବୁଜର କିଛି ଅଂଶ ଖସି ତଳେପଡ଼ିବା ଯୋଗୁ ଦୁଇରୁ ତିନି ଜଣ ଆହତ ହୋଇଛନ୍ତି। ସାଉଥ ବ୍ଲକରେ ମଧ୍ୟ ଆହାର ପ୍ରଭାବ ଦେଖିବାକୁ ମିଳିଛି। ରାଇସିନା ରୋଡ୍ରେ ପ୍ରବଳ ପବନ ହେବା ଫଳରେ ଟ୍ରାଫିକ ପୋଷ୍ଟ ମଧ୍ୟ ଭାଙ୍ଗି ଯାଇ ତଳେ ପଡିଥିବା ଦେଖିବାକୁ ମିଳିଛି ।
ତେବେ ଅଚାନକ ପାଣିପାଗ ପରିବର୍ତ୍ତନ ହୋଇ ବର୍ଷା ହେବା ଫଳରେ ରାଜଧାନୀ ବାସୀଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି। ତେବେ ଝଡ ବର୍ଷା ଯୋଗୁ ଦିଲ୍ଲୀ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଉତ୍ତର ଦିଲ୍ଲୀର ନରେଲା, ବବାନା, ବୁରାଡି, ରୋହିଣୀ ଏବଂ ସିଭିଲ ଲାଇନ୍ସ ସମେତ ଅନେକ ଅଞ୍ଚଳରେ ଗଛ ପଡିବାରୁ ବିଦ୍ୟୁତ ଖୁଣ୍ଟ ସବୁ ଭାଙ୍ଗି ଯାଇଛି।
Middle dome finial broke into 3 parts, 2 fell down, one is still stuck. If not brought down & it falls, it'll damage the wall before it. I'm writing to ASI DG to bring down the damaged portion. Falling stones injured 2-3 people: Syed Ahmed Bukhari, Shahi Imam, Delhi's Jama Masjid pic.twitter.com/R6aiw1qte1
— ANI (@ANI) May 30, 2022
The post ଦୋହଲିଲା ଦିଲ୍ଲୀ, ଅଦିନିଆ ଝଡ଼ ନେଲା ୩ ଜୀବନ appeared first on Odisha Reporter.
from Odisha Reporter https://ift.tt/Qi4jgGA
No comments:
Post a Comment