ସିଦ୍ଧୁ ହତ୍ୟା ମାମଲା: ହୋଇଥିଲା ୩୦ ରାଉଣ୍ଡ ଗୁଳି ଫାୟାରିଂ, ବ୍ୟବଚ୍ଛେଦ ରିପୋର୍ଟରେ ଭୟଙ୍କର ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 30, 2022

ସିଦ୍ଧୁ ହତ୍ୟା ମାମଲା: ହୋଇଥିଲା ୩୦ ରାଉଣ୍ଡ ଗୁଳି ଫାୟାରିଂ, ବ୍ୟବଚ୍ଛେଦ ରିପୋର୍ଟରେ ଭୟଙ୍କର ଖୁଲାସା

ଚଣ୍ଡିଗଡ: ପଞ୍ଜାବୀ ଲୋକପ୍ରିୟ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଏକ ଚକିତ କଲା ଭଳି ତଥ୍ୟା ସାମ୍ନାକୁ ଆସିଛି। ସିଦ୍ଧୁଙ୍କ ଉପରକୁ କରାଯାଇଥିଲା ୩୦ ରାଉଣ୍ଡ ଗୁଳି ପାୟାରିଂ। ଅତ୍ୟାଧୁନିକୁ ବନ୍ଧୁକ ସାହାଯ୍ୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତାଙ୍କ ଦେହରୁ ୨୪ଟି ଗୁଳି ବାହାରିଥିବା ବେଳେ ତାଙ୍କ ମୁଣ୍ଡ ହାଡରେ ମଧ୍ୟ ଗୋଟିଏ ଗୁଳି ଲାଗିଛି। ସିଦ୍ଧୁଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଏଭଳି କିଛି ଖୁଲାସା ହୋଇଛି।

ସିଦ୍ଧୁଙ୍କ ମୃତଦେହର ବ୍ୟବଚ୍ଛେଦ ସରିଛି। ସୋମବାର ରାତିରେ ପାଞ୍ଚ ଜଣିଆ ଡାକ୍ତର ଟିମ୍‌ ତାଙ୍କ ମୃତ ଶରୀରର ପୋଷ୍ଟମର୍ଟାମ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ଦିଆଯାଇନାହିଁ। କିନ୍ତୁ ମିଳିଥିବା ସୂତ୍ରରୁ ସିଦ୍ଧୁଙ୍କ ଉପରକୁ ୩୦ ରାଉଣ୍ଡ ଗୁଳିମାଡ ହୋଇଥିବା ସୂଚନା ମିଳିଛି।

ମାନସା ଜିଲ୍ଲା ହସ୍ପିଟାଲର ସୂଚନା ମୁତାବକ, ମୁସେୱାଲାଙ୍କ ଶରୀରରୁ ଦୁଇ ଡଜନ୍‌ ଗୁଳି ମିଳିଛି। ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ମଧ୍ୟ ଲାଗିଥିବା ସ୍ପଷ୍ଟ ହୋଇଛି। ବ୍ୟବଚ୍ଛେଦ ପରେ ଭିସେରା ନମୂନାକୁ ସୁରକ୍ଷିତ ରଖାଯାଇଛି ଏବଂ ଅଧିକ ଯାଞ୍ଚ ପାଇଁ ଏହାକୁ ପଠାଯାଇଛି।

ତେବେ ହସ୍ପିଟାଲ କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ପୁଲିସ ସହ ଶେଆର କରିନାହିଁ। ମୃତ ସିଦ୍ଧୁ ମୁସେୱାଲାଙ୍କ ପରିବାର ପୋଷ୍ଟମର୍ଟମ ନକରିବାକୁ ଜିଦ୍ ଧରିଥିଲେ। ହାଇକୋର୍ଟର ଜଣେ ବିଚାରପତିଙ୍କ ନେତୃତ୍ୱରେ ଏହି ହତ୍ୟାକାଣ୍ଡର ତଦନ୍ତ କରାଯାଉ ଏବଂ ଏଥିପାଇଁ ଏନଆଇଏ-ସିବିଆଇର ସହାୟତା ନିଆଯାଉ ବୋଲି ପରିବାର ଲୋକେ ଦାବି କରିଥିଲେ। ଏଥିସହ ଜୀବନ ପ୍ରତି ବିପଦ ଥିବା ଯଦି ଅଶଙ୍କା ଥିଲା ତେବେ କାହିଁକି ତାଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲା। ତେବେ ବହୁ ବୁଝାସୁଝା ପରେ ପରିବାର ଲୋକେ ପୋଷ୍ଟମର୍ଟମ କରିବା ପାଇଁ ରାଜି ହୋଇଥିଲେ।

ଏପେଟେ ଗାୟକ ସିଦ୍ଧୁଙ୍କ ହତ୍ୟା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢ଼ି ଯାଇଛି। ପଞ୍ଜାବ ପୁଲିସ ସୋମବାର ଏହି ମାମଲାରେ ୬ଜଣ ସନ୍ଦିଗ୍ଧକୁ ଉତ୍ତରାଖଣ୍ଡ ଡେରାଡୁନରୁ ଉଠାଇ ଆଣିଛି। ପଞ୍ଜାବ ଓ ଉତ୍ତରାଖଣ୍ଡ ପୁଲିସର ମିଳିତ ଟିମ ଡେରାଡୁନର ପୟା ଗାଓଁ ନିକଟରୁ ଏମାନଙ୍କୁ ହେପାଜତକୁ ନେଇଛି। ପଞ୍ଜାବ ପୁଲିସର ସୂଚନା ଅନୁସାରେ, ୬ଜଣ ହେଉଛନ୍ତି ତିହାର ଜେଲରେ ବନ୍ଦୀ ଥିବା ଲରେନ୍ସ ବିଶ୍ନୋୟୀର ସହଯୋଗୀ। ହତ୍ୟାକାରୀଙ୍କୁ ଏମାନେ ସହଯୋଗ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ସନ୍ଦିଗ୍ଧକୁ ତୀର୍ଥଯାତ୍ରୀଙ୍କ ଭିଡ ଭିତରୁ ପୁଲିସ ଉଠାଇ ଆଣିଛି।

The post ସିଦ୍ଧୁ ହତ୍ୟା ମାମଲା: ହୋଇଥିଲା ୩୦ ରାଉଣ୍ଡ ଗୁଳି ଫାୟାରିଂ, ବ୍ୟବଚ୍ଛେଦ ରିପୋର୍ଟରେ ଭୟଙ୍କର ଖୁଲାସା appeared first on Odisha Reporter.



from Odisha Reporter https://ift.tt/YXkxIbO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages