ଭାରତ ସମେତ ୧୬ ଦେଶକୁ ଯାତାୟତ ବନ୍ଦ କଲା ସାଉଦି ଆରବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 23, 2022

ଭାରତ ସମେତ ୧୬ ଦେଶକୁ ଯାତାୟତ ବନ୍ଦ କଲା ସାଉଦି ଆରବ

ନୂଆଦିଲ୍ଲୀ: ସାଉଦି ଆରବରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା ।  ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଭାରତ ସମେତ ୧୬ ଦେଶକୁ ନିଜ ନାଗରିକଙ୍କ ଯାତାୟତ ଉପରେ ରୋକ ଲଗାଇଛି ସାଉଦି ଆରବ ।

ଏହି ଦେଶମାନଙ୍କ ମଧ୍ୟରେ ଭାରତ ସମେତ ଲେବନାନ, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ସୋମାଲିଆ, ଇଥିୟୋପିୟା, କାଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତାନାମ, ଓମାନିଆ, ବେଲାରୁଷ ଆଦି ଦେଶ ସାମିଲ ଅଛି।

ସାଉଦି ଆରବରେ କରୋନା ଭାଇରସର ୪୧୪ ନୂଆ ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଏ ପର୍ଯ୍ୟନ୍ତ ଦେଶରେ କରୋନାର ସମୁଦାୟ ୭,୬୨,୫୭୫ କେସ୍‌ ମିଳିଥିବା ବେଳେ ୯୧୨୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ସାଉଦି ଆରବରେ ଗତ ୨୪ ଘଣ୍ଟାରେ କରୋନାରୁ ୪୭୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଦେଶରେ ୬୪୪୮  ଆକ୍ଟିଭ କେସ୍‌ ଅଛି।

ଦେଶରେ କରୋନା ସ୍ଥିତି ଏବେ ଗମ୍ଭୀର ଥିବା ବେଳେ  ମଙ୍କିପକ୍ସର ଗୋଟିଏ ବି ମାମଲା ସାମନାକୁ ଆସି ନ ଥିବା ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏନେଇ ଦେଶର ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ଅବଦୁଲ୍ଲା ଅସିରି କହିଛନ୍ତି, ଦେଶ ନିକଟରେ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ  କରି ପାରିବାର କ୍ଷମତା ଅଛି। ଏପରି ମାମଲା ନଜରକୁ ଆସିଲେ ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଏ ପର୍ଯ୍ୟନ୍ତ ଏହି ଭାଇରସ ମଣିଷ ସମାଜକୁ ବ୍ୟାପିବାର ବହୁତ କମ୍‌ ମାମଲା ନଜରକୁ ଆସିଛି। ଏପରିକି ଯେଉଁ ଦେଶରେ ଏପରି ମାମଲା ଚିହ୍ନଟ ହୋଇଛି ସେଠାରେ ମଧ୍ୟ ଏହା ବ୍ୟାପିବା ଆଶଙ୍କା କମ୍‌ ଥିବା ପରି ଲାଗୁଛି ବୋଲି କହିଛନ୍ତି ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୧୧ ଦେଶରେ ମଙ୍କିପକ୍ସର ୮୦ ମାମଲା ସାମନାକୁ ଆସିଛି। ହୁ’ ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ଶୁକ୍ରବାର ହୁ’ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଏହି ଭାଇରସ କିଛି ଦେଶରେ କିଛି ପଶୁଙ୍କ ଶରୀରରେ ଚିହ୍ନଟ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି।

The post ଭାରତ ସମେତ ୧୬ ଦେଶକୁ ଯାତାୟତ ବନ୍ଦ କଲା ସାଉଦି ଆରବ appeared first on Odisha Reporter.



from Odisha Reporter https://ift.tt/rcFJu5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages