ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି। ଏହି କଙ୍କାଳଟି ଛୋଟ ଛୁଆର କଙ୍କାଳ ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଅନ୍ୟ ପକ୍ଷରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସମଲେଶ୍ୱରୀ ହାଇସ୍କୁଲର ଆଦିବାସୀ ଛାତ୍ରୀ ନିବାସ ଅନେକ ଦିନରୁ ବନ୍ଦ ପଡ଼ିଛି। କରୋନା ସମୟରେ ଏହା କ୍ୱାରେଣ୍ଟାଇନ କେନ୍ଦ୍ର ଭାବେ ବ୍ୟବହାର ହେଉ ଥିଲା। ପରେ ସେହି ହଷ୍ଟେଲଟି ବନ୍ଦ ପଡିଛି। ଗତକାଲି ସନ୍ଧ୍ୟା ସମୟରେ ଛୋଟ ଛୁଆମାନେ ହଷ୍ଟେଲ ପାଖରେ ଖେଳୁଥିବା ସମୟରେ ଝରକା ଫାଙ୍କରୁ କଙ୍କାଳଟି ପଡ଼ିଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ କହିଥିଲେ। ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଖଡ଼ିଆଳ ଏସଡିପିଓ ଓ ବୋଡେନ୍ ଥାନା ପୁଲିସ ହଷ୍ଟେଲରେ ପହଞ୍ଚି କୋଠରୀକୁ ତନ୍ନତନ୍ନ କରି ଦେଖିଥିଲେ। ପରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୁଲିସ କହିଛି। ପୁଲିସ କଙ୍କାଳକୁ ଜବତ କରି ଘଟଣାର ତତନ୍ତ କରୁଛି।
The post ହଷ୍ଟେଲରୁ ଠାବ ହେଲା କଙ୍କାଳ appeared first on Odisha Reporter.
from Odisha Reporter https://ift.tt/VyU6dLX
No comments:
Post a Comment