କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପ୍ୟାରୁନ ବିବି। ଅଭିଯୁକ୍ତ ସୟଦ ମନାନା ଅଲ୍ଲୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଗତକାଲି ରାତିରେ ପ୍ୟାରୁନ ଓ ତାଙ୍କ ସ୍ୱାମୀ ସୟଦ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ସୟଦ ଉଠି ଏକ ଟାଙ୍ଗିଆରେ ପ୍ୟାରୁନଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଗ୍ରାମବାସୀ ପ୍ୟାରୁନଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ପ୍ୟାରୁନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ମନାନାଙ୍କର ମାନସିକ ବିକୃତ ଥିବାରୁ ଏପରି କରିଥିବା କୁହାଯାଉଛି।
The post ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଦେଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/KlsNCna
No comments:
Post a Comment