ସାଲେପୁର(ମନୋଜ ଆଚାର୍ଯ୍ୟ): ସାକ୍ଷୀ ଦେଇ ହିନସ୍ତା ହେଲେ। ଜେଲ୍ରୁ ଫେରିଥିବା ଅଭିଯୁକ୍ତଙ୍କ ଆକ୍ରମଣର ଶିକାର ହେଲେ ସାକ୍ଷୀଙ୍କ ପରିବାର । ଏବେ ସାକ୍ଷୀମାନେ ଛାନିଆ ହୋଇ ନିଜ ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ରାଇସୁଙ୍ଗୁଡା ଗାଁରେ ।
ପ୍ରାୟ ମାସେ ପୂର୍ବେ ରାଇସୁଙ୍ଗୁଡା ଗାଁର ରବୀନ୍ଦ୍ର ମହାନ୍ତିଙ୍କ ଫୋନ୍ରୁ ଗାଁର ଅନ୍ୟ ଜଣେ ମହିଳାଙ୍କ ଫୋନ୍କୁ ଭୁଲ୍ରେ ଏକ ମେସେଜ ଚାଲିଯାଇଥିଲା। ଏହାକୁ କେନ୍ଦ୍ର କରି ଗାଁରେ ତୁମ୍ବିତୋଫାନ ହୋଇଥିଲା। ଯେଉଁ ମହିଳାଙ୍କ ମୋବାଇଲକୁ ମେସେଜ ଯାଇଥିଲା, ତାଙ୍କ ସମ୍ପର୍କୀୟ ଆଶିଷ ମହାନ୍ତି ଓ ସହଯୋଗୀ ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଖୁଣ୍ଟରେ ବାନ୍ଧି ବାଡ଼େଇଥିଲେ।
ଏହି ସବୁ ଘଟଣା ଗାଁର ଶୁକଦେବ ବିଶ୍ୱାଳଙ୍କ ଘର ସାମନାରେ ହୋଇଥିଲା। ତେଣୁ କଥା ଥାନାକୁ ଯିବା ପରେ ଶୁକଦେବ ବିଶ୍ୱାଳ ସାକ୍ଷୀ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ଆଶିଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ପ୍ରାୟ ମାସେ ପରେ ଗିରଫ ଅଭିଯୁକ୍ତ ଆଶିଷ ଜେଲ୍ରୁ ମୁକୁଳିଥିଲେ। ଏହାପରେ ସେ ନିଜ ରାଗ ସାକ୍ଷୀ ଶୁକଦେବଙ୍କ ପରିବାର ଉପରେ ଶୁଝାଇଥିଲେ। ଗତକାଲି ସନ୍ଧ୍ୟା ସମୟରେ ନିଜର ଜଣେ ସହଯୋଗୀଙ୍କ ସହ ସେ ଶୁକଦେବଙ୍କ ଘରେ ପହଞ୍ଚିଥିଲେ। ଉକ୍ତ ସମୟରେ ଘରେ ଥିବା ମହିଳାମାନଙ୍କୁ ସେମାନେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥିସହ ସେମାନେ ପିନ୍ଧିଥିବା ସୁନାଗହଣା ଛିଣ୍ଡାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶୁକଦେବଙ୍କ ପରିବାର ଲୋକେ ଗତକାଲି ରାତିରେ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ୟ ପଟେ ଘଟଣା ପରଠୁ ରବୀନ୍ଦ୍ର ଓ ତାଙ୍କ ପତ୍ନୀ ଗାଁ ଯାଇ ନ ପାରି ପିଲା ଛୁଆଙ୍କୁ ଛାଡ଼ି ବାହାରେ ରହୁଥିବା ରବୀନ୍ଦ୍ର ଅଭିଯୋଗ ଆଣିଛନ୍ତି । ଏବେ ଆଶିଷ ଜେଲ୍ରୁ ମୁକୁଳି ସାରିଥିବାରୁ ରବୀନ୍ଦ୍ରଙ୍କ ପରିବାର ଓ ସାକ୍ଷୀଙ୍କ ପରିବାର ସାଲେପୁର ଥାନାର ପୁନଃ ଦ୍ୱାରସ୍ଥ ହୋଇ ନ୍ୟାୟ ସହ ସୁରକ୍ଷା ମାଗିଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତ ଆଶିଷ ଫେରାର ହୋଇଯାଇଥିବା ବେଳେ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନି ।
The post ସାକ୍ଷୀ ଦେଇ ହିନସ୍ତା ହେଲେ, ଜେଲ୍ରୁ ମୁକୁଳି ଘରେ ପଶି ପିଟିଲା ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/b0qZSRQ
No comments:
Post a Comment