ମୁମ୍ବାଇ: ଆକ୍ସନ ମୁଡ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୋଟିଏ ପରେ ଗୋଟିଏ କରି ଚାଲିଛି ରେଡ୍। ମନି ଲଣ୍ଡରିଂ ମାମଲାରେ ଏବେ ଇଡି ଶିବସେନା ସାଂସଦଙ୍କ ଘରେ ପଶିଛି। ଇଡିର ଏକ ଟିମ୍ ଆଜି ସକାଳୁ ମୁମ୍ବାଇର ଭଣ୍ଡୁପ ସ୍ଥିତ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଛି। ୧୦୩୪ କୋଟି ଟଙ୍କାର ପାତ୍ରା ଚାଲ୍ ଭୂମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ନିଆଯାଇପାରେ।
ତାଙ୍କୁ ପୂର୍ବରୁ ଜୁଲାଇ ୧ ତାରିଖରେ ଏହି ମାମଲାରେ ଇଡି ପଚରାଉଚରା କରିସାରିଛି। ଏହାପରେ ୨୦ ଓ ୨୭ ଜୁଲାଇରେ ଡକା ଯାଇଥିଲା। କିନ୍ତୁ ସଂସଦ ଅଧିବେଶନ ଚାଲିଥିବା ହେତୁ ସେ ଅଗଷ୍ଟ ୭ ପରେ ହାଜର ହୋଇପାରିବେ ବୋଲି ତାଙ୍କ ଓକିଲଙ୍କ ମାଧ୍ୟମରେ ସୂଚନା ପଠାଇଥିଲେ। ଏହାପୂର୍ବରୁ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଥିବା ଅଭିଯାନକୁ ଦର୍ଶାଇ ରାଉତ ହାଜର ହେବାକୁ ଅଧିକ ସମୟ ମାଗିଥିଲେ। ହାଜର ହେବା ପାଇଁ ସମୟ ପରେ ସମୟ ଗଡାଇ ଚାଲିଥିବାରୁ ଆଜି ଇଡି ତାଙ୍କ ଘରେ ପଶିଛି। ଇଡି ଟିମ୍ ସହ ସିଆର୍ଫିଏମ୍ ଅଧିକାରୀ ମଧ୍ୟ ଅଛନ୍ତି।
ପାତ୍ରା ଚାଲ୍ ଦୁର୍ନୀତି ମାମଲା ମୁମ୍ବାଇର ଗୋରେଗାଓଁ ଅଞ୍ଚଳ ସହ ଜଡିତ। ଏହା ହେଉଛି ମହାରାଷ୍ଟ୍ର ଗୃହ ଏବଂ କ୍ଷେତ୍ର ବିକାଶ ପ୍ରାଧିକରଣର ଜମି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥିରେ ପ୍ରାୟ ୧୦୩୪ କୋଟି ଟଙ୍କାର ଠକେଇ ହୋଇଥିଲା। ଏହି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ପୂର୍ବରୁ ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କ ଦାଦର ଏବଂ ଆଲିବାଗରେ ଥିବା ୯ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।
The post ଶିବସେନା ସାଂସଦଙ୍କ ଘରେ ପଶିଲା ଇଡି appeared first on Odisha Reporter.
from Odisha Reporter https://ift.tt/iF1ufRO
No comments:
Post a Comment