ମୁମ୍ବାଇ: ଭାରତର ସବୁଠୁ ବଡ ବ୍ୟାଙ୍କ ଦୁର୍ନୀତି ମାମଲାରେ ସିବିଆଇ ବଡ କାର୍ଯ୍ୟାନୁଷ୍ଠାନ। ୩୪,୦୦୦ କୋଟି ଟଙ୍କାର ଡିଏଚଏଫଏଲ ଦୁର୍ନୀତି ମାମଲାରେ ସିବିଆଇର ଏକ ଟିମ ଶନିବାର ପୁଣେ ସ୍ଥିତ ବିଲ୍ଡର ଅବିନାଶ ଭୋସଲେଙ୍କ ଘରେ ରେଡ୍ କରିଛି। ତାଙ୍କ ଘରୁ ସିବିଆଇ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କରିଛି। ଡିଏଚଏଫଏଲ ଦୁର୍ନୀତି ମାମଲାର ଅଭିଯୁକ୍ତ ଅବିନାଶ ଭୋସଲେଙ୍କ ଏକ ବିଶାଳ ହଲ ଭିତରୁ ଏହି ହେଲିକପ୍ଟର ମିଳିଛି।
ସିବିଆଇ ଅନୁସାରେ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଥିବା ୧୭ ବ୍ୟାଙ୍କର ଏକ ସଂଘକୁ ଡିଏଚଏଫଏଲ ଠକିଥିଲା। ବ୍ୟାଙ୍କ ଗୁଡିକ ସହ ୩୪,୬୧୫ କୋଟି ଟଙ୍କାର ହେରଫେର ହୋଇଥିବା ଜଣାପଡିଥିଲା। ବିଲ୍ଡର ଅବିନାଶ ଭୋସଲେ DHFL ସହ ଜଡିତ ଏହି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ମିଳିଥିବା ହେଲିକପ୍ଟରଟି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ବୋଲି କୁହାଯାଇଛି।
ଅବିନାଶ ଭୋସଲେ ହେଉଛନ୍ତି ABIL ଗ୍ରୁପ୍ର ପ୍ରମୋଟର। ଗତ ମେ ୨୬ ତାରିଖରେ ସିବିଆଇ ଅବିନାଶ ଭୋସଲେଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଶନିବାର ପୁଣେର ତାଙ୍କର ଏକ ଠିକଣା ଉପରେ ସିବିଆଇ ତରଫରୁ ଚଢ଼ାଉ କରାଯାଇଥିଲା।
ସିବିଆଇ ଅଧିକାରୀ ସୂଚନା ମୁତାବକ, ଗତ କିଛି ଦିନ ଧରି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ। ଦୁର୍ନୀତିରେ ଅର୍ଜିତ ସମ୍ପତ୍ତି ବାବଦରେ ତଥ୍ୟ ପାଇବା ପାଇଁ ଏହି ଚଢଉ କରାଯାଇଥିଲା। ଡିଏଚଏଫଏଲର ପୂର୍ବତନ ଶୀର୍ଷ ଅଧିକାରୀ କପିଲ ୱଧାୱନ, ଦୀପକ ୱଧାୱନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ସିବିଆଇ କହିଥିଲା।
The post ବିଲ୍ଡର୍ଙ୍କ ଘରୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ appeared first on Odisha Reporter.
from Odisha Reporter https://ift.tt/p32LPnI
No comments:
Post a Comment