ବରିଷ୍ଠ ବିଜେପି ନେତାଙ୍କ ରିସର୍ଟରେ ରେଡ୍‌, ୭୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 23, 2022

ବରିଷ୍ଠ ବିଜେପି ନେତାଙ୍କ ରିସର୍ଟରେ ରେଡ୍‌, ୭୩ ଗିରଫ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତାଙ୍କ ରିସର୍ଟରେ ରେଡ୍‌। ମେଘାଳୟର ବିଜେପି ନେତା ବର୍ଣ୍ଣାର୍ଡ ମାରକଙ୍କ ରିସର୍ଟରେ ପୁଲିସ ଚଢ଼ାଉ କରି  ଏକ ବଡ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରି। ବିଜେପି ନେତାଙ୍କ ଏହି ରିସର୍ଟରେ ବେଶ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ‘ବେଶ୍ୟାଳୟ’ ଉପରେ ଚଢ଼ାଉ ୬ ନାବାଳକଙ୍କୁ ଉଦ୍ଧାର କରିଛି। ଏଥିସହ ଏହି ମାମଲାରେ ୭୩ଜଣଙ୍କୁ ଗିରଫ କରିଛି ପୁଲିସ।

ମେଘାଳୟ ଏସ୍‌ପିଙ୍କ ସୂଚନା ମୁତାବକ, ଏକ ଗୁପ୍ତ ସୂଚନା ଆଧାରରେ ବିଜେପି ନେତା ବର୍ଣ୍ଣାର୍ଡ ମାରକଙ୍କ ମାଲିକାନାରେ ଥିବା ରିସର୍ଟ ରିମ୍ପୁ ବାଗାନରେ ଶନିବାର ଦିନ ଚଢ଼ାଉ ହୋଇଥିଲା। ଏହାପରେ ଏହି ରିସର୍ଟରେ ସେକ୍ସ ରାକେଟ୍‌ ଚାଲିଥିବା ଧରାପଡିଥିଲା। ଉକ୍ତ ଫାର୍ମହାଉସରୁ ୬ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଛି।  ଏହି ପିଲାମାନଙ୍କୁ ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ନାର୍ଡ ଏନ ମାରାକ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ବେଶ୍ୟାବୃତ୍ତି ପାଇଁ ଉକ୍ତ ରିସର୍ଟର ଏକ କ୍ୟାବିନରେ ବନ୍ଦୀ କରି ରଖାଯାଇଥିଲା।

ଏହି ପିଲାଙ୍କୁ ଉଦ୍ଧାର କରି ବାଳ ସୁଧାର କେନ୍ଦ୍ରକୁ ପଠାଇ ଦିଆଯାଇଛି। ଚଢ଼ାଉ ବେଳେ ୨୭ଟି କାର୍‌, ୮ଟି ଦୁଇ ଚକିଆ ବାହାନ, ପ୍ରାୟ ୪୦୦ ବୋତଲ ମଦ, ୫୦୦ରୁ ଅଧିକ କଣ୍ଡୋମ୍‌ ଜବତ ହୋଇଛି। ଏହି ମାମଲାରେ ୭୩ ଜଣଙ୍କୁ ଗରିଫ କରାଯାଇଛି। ସେପଟେ ଚଢ଼ାଉ ପରଠାରୁ ଫାର୍ମହାଉସ ମାଲିକ ତଥା ବିଜେପି ନେତା ବର୍ଣ୍ଣାର୍ଡ ଫେରାର ଅଛନ୍ତି। ପୁଲିସ ମାମଲା ରୁଜୁ କରି ଉକ୍ତ ନେତାଙ୍କୁ ଖୋଜୁଛି।

ସୂଚନା ମୁତାବକ, ଉକ୍ତ ବିଜେପି ନେତାଙ୍କ ରିସର୍ଟରେ ୩୦ଟି ଛୋଟ ରୁମ୍‌ ରହିଛି। ଫେବ୍ରୁଆରୀ ମାସରେ ଏହି ସ୍ଥାନରେ ହିଁ ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ମାମଲା ରୁଜୁ ହୋଇଥିଲା। ଏନେଇ ଯୁବତୀଙ୍କ ବାପା ମା’ ଅଭିଯୋଗ ଆଣିଥିଲେ।

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଫାର୍ମହାଉସ ମାଲିକ ତଥା ଫେରାର ବିଜେପି ନେତା ମାରକ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, ‘କୌଣସି ୱାରେଣ୍ଟ ବିନା ପୁଲିସ ଏହି ରେଡ୍‌ କରିଛି। ତାଙ୍କୁ ଟାର୍ଗେଟ କରାଯାଉଥିବା ନେଇ ସେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ନିଜ ରିସର୍ଟରେ ସେକ୍ସ ରାକେଟ୍‌ ଚଳାଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି।’

ଏସବୁ ମଧ୍ୟରେ ପୁଲିସ ଏହି ମାମଲାକୁ ଫେବ୍ରୁଆରୀରେ ପଞ୍ଜୀକୃତ ହୋଇଥିବା ମାମଲା ସହ ଯୋଡିବାକୁ ଚାହୁଁଛି। ଏଥିସହ ମେଘାଳୟ ବିଜେପି ଏ ପ୍ରସଙ୍ଗରେ ନୀରବ ରହିଛି।

The post ବରିଷ୍ଠ ବିଜେପି ନେତାଙ୍କ ରିସର୍ଟରେ ରେଡ୍‌, ୭୩ ଗିରଫ appeared first on Odisha Reporter.



from Odisha Reporter https://ift.tt/V5nx6Bf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages