ପୋର୍ଟ ଅଫ ସ୍ପେନ: ଭାରତୀୟ କ୍ରିକେଟ ଟିମ୍ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍ ଟିମ୍। ରାଣୀ ପାର୍କ ଓଭାଲରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ନିକୋଲାସ୍ ପୁରାନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଟିମ୍ ୬ ୱିକେଟ ହରାଇ ୩୧୧ ରନ କରିଥିଲା।
ଉପଅଧିନାୟକ ସାଇ ହୋପଙ୍କ ଧର୍ଯ୍ୟପୂର୍ଣ୍ଣ ଶତକ ଓ ଅଧିନାୟକ ନିକୋଲାସ ପୂରନ ତାଙ୍କ ସାଥ୍ ଦେବା ୱେଷ୍ଟଇଣ୍ଡିଜ୍ ଟିମକୁ ଏକ ବିଶାଳ ସ୍କୋର କରିବାରେ ସମର୍ଥ କରିଥିଲା। ସେମାନେ ଯଥାକ୍ରମେ ୧୧୫ ଓ ୭୪ ରନ କରି ଆଉଟ୍ ହୋଇଥିଲେ। କାଇଲ ମାୟର୍ସ ୩୯ରେ, ସାମରା ବ୍ରୁକ୍ସ ୩୫ରେ, ବ୍ରେଣ୍ଡନ କିଙ୍ଗ୍ ଶୂନରେ, ରୋଭ୍ମାନ ପାୱେଲ ୭ରେ ଆଉଟ ହୋଇଥିଲେ। ସେହିପରି ରୋମାରିଓ ସଫଡ଼୍ ୧୫ ଓ ଅକିଲ ହୋସେନ ୬ ରନ୍ କରି ଅପରାଜିତ ରହିଥିଲେ।
ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିଲେ। ଏହି ବିଶାଳ ସ୍କୋରକୁ କରିବା ଟିମ୍ ଇଣ୍ଡିଆ ନିମନ୍ତେ ଚ୍ୟାଲେଞ୍ଜ ହେବ। ଭାରତୀୟ ଟିମ୍ରେ ଆବେଶ ଖାନ ଭାରତ ପାଇଁ ନିଜର ଦିନିକିଆ ଡେବ୍ୟୁ କରିଛନ୍ତି।
The post ହୋପଙ୍କ ଶତକ, ଭାରତ ଆଗରେ ୩୧୨ ରନ୍ର ବିଜୟ ଲକ୍ଷ୍ୟ appeared first on Odisha Reporter.
from Odisha Reporter https://ift.tt/ha5H9jb
No comments:
Post a Comment