ମୁଡ ଅଫ ନେଶନ: ୨୦୨୪ରେ କମିବ ଏନଡିଏର ଆସନ ସଂଖ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 11, 2022

ମୁଡ ଅଫ ନେଶନ: ୨୦୨୪ରେ କମିବ ଏନଡିଏର ଆସନ ସଂଖ୍ୟା!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ବର୍ଷ ହେଲା କ୍ଷମତାରେ ରହିଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ। ଏବେ ବି ସେ ତାଙ୍କ ବିରୋଧୀଙ୍କ ଠାରୁ ଯଥେଷ୍ଟ ଜନସମର୍ଥନ ସହ ଆଗରେ ଅଛନ୍ତି। ଯଦି ଆଜିର ଦିନରେ ସାଧାରଣ ନିର୍ବାଚନ ହେବ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁଣି ସରକାର ଗଠନ କରିବାକୁ ସକ୍ଷମ ହେବ।

ତେବେ ବିହାରରେ ଦେଖାଯାଇଥିବା ରାଜନୀତିକ ହଟଚମଟ ଯୋଗୁ ଏନଡିଏର ଆସନ ସଂଖ୍ୟା ୨୦୧୯ ତୁଳନାରେ ହ୍ରାସ ପାଇପାରେ। ମୁଡ ଅଫ ନେଶନ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଓ ସି-ଭୋଟରୁ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ କୁହାଯାଇଛି ଯେ ଏବେ ନିର୍ବାଚନ ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବ। କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ବଦଳ ଏନଡିଏର ସିଟ୍‌ ଉପରେ ପ୍ରଭାବ ପକାଇବ।

ସର୍ଭେ ଅନୁସାରେ, ଯଦି ଲୋକସଭା ନିର୍ବାଚନ ଅଗଷ୍ଟ ୧ ଭିତରେ ହୋଇଥାଆନ୍ତା, ତା’ହେଲେ ଏନଡିଏ ୫୪୩ ଆସନରୁ ୩୦୭ଟିରେ ବାଜିମାତ କରିଥାଆନ୍ତା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୧୨୫ ଓ ଅନ୍ୟାନ୍ୟ ଦଳ ୧୧୧ ଆସନ ପାଇ ଥାଆନ୍ତେ। କିନ୍ତୁ ବିହାରରେ ସରକାର ପରିବର୍ତ୍ତନ ହେବା ପରେ ଯଦି ନିର୍ବାଚନ ହୁଏ, ତା’ହେଲେ ଏନଡିଏ ସିଧାସଳଖ ଲୋକସଭାରେ ୨୧ଟି ଆସନ ହରାଇବ।

ଏନଡିଏ ୨୮୬, ୟୁପିଏ ୧୪୬ ଓ ଅନ୍ୟାନ୍ୟ ଦଳ ୧୧୧ଟି ଆସନ ପାଇବେ। ଏନଡିଏ ଖାତାରୁ ୨୧ଟି ଆସନ କଟି କଂଗ୍ରେସ ଖାତାରେ ଯୋଡ଼ି ହେବ ବୋଲି ଏହି ସର୍ଭେ ପକ୍ଷରୁ କୁହାଯାଇଛି। ଏହାର ଅର୍ଥ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତି ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି।

ଇଣ୍ଡିଆ ଟୁଡେ ଓ ସି ଭୋଟର ପକ୍ଷରୁ ୨୦୨୨ ଫେବୃଆରୀରୁ ଅଗଷ୍ଟ ମାସ ମଧ୍ୟରେ ସର୍ଭେ କରାଯାଇଥିଲା। ଏହି ସମୟରେ ଦେଶର ମୁଡ ଜାଣିବା ପାଇଁ ୧,୨୨,୦୧୬ ଜଣଙ୍କ ମତାମତ ନିଆଯାଇଥିଲା।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୩୦୩ ଆସନ ଜିତିଥିବା ବେଳେ କଂଗ୍ରେସ ୫୨ଟି ସ୍ଥାନରେ ବାଜିମାତ କରିଥିଲା। ସେହିପରି ଏନଡିଏ ଏବେ ଲୋକସଭାରେ ୩୫୩ ଆସନ ନିଜ ପାଖରେ ରଖିଥିବା ବେଳେ ୟୁପିଏ ପାଖରେ ୯୧ ଜଣ ସାଂସଦ ରହିଛନ୍ତି।

The post ମୁଡ ଅଫ ନେଶନ: ୨୦୨୪ରେ କମିବ ଏନଡିଏର ଆସନ ସଂଖ୍ୟା! appeared first on Odisha Reporter.



from Odisha Reporter https://ift.tt/JKlMjHt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages