ରାତି ଅଧରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 15, 2022

ରାତି ଅଧରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

ଆଠଗଡ଼(ନୀଳକଣ୍ଠ ଦୋରା): ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।  ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତକାଲି ରାତିରେ ଆଠଗଡ଼ ଅଞ୍ଚଳର ନିଧିପୁର ଗଡ଼ାରେ ଏକ କାର୍‌ ଭାସି ଯାଇଥିବା ଜଣାଯାଇଛି। ମାତ୍ର କାର୍‌ରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି।  ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି ।

ଗତକାଲି ଏକ କାର୍‌ରେ ୪ ଜଣ ପୁରୁଣାକଟକ-ସମ୍ବଲପୁର ରାସ୍ତାରେ ଯାଉଥିଲେ। ମାତ୍ର ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ରାତି ପ୍ରାୟ ୧୧ଟା ବେଳେ ଗାଡ଼ିଟି  ନିଧିପୁର ଗଡ଼ାରେ ଭାସିଯାଇଥିଲା । କିଛି ଦୂର ଭାସିବା ପରେ ଗାଡ଼ିଟି ଏକ ପାଇପ୍‌ଲାଇନ୍‌ରେ ଅଟକି ରହିଥିଲା।

ରାତି ପ୍ରାୟ ୧୧ଟାରୁ ରାତି ୩ ଟା ପର୍ଯ୍ୟନ୍ତ ଗାଡ଼ିଟି ପାଣି ମଝିରେ ଅଟକି ରହିଥିଲା।  ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।  ଉଦ୍ଧାର ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

The post ରାତି ଅଧରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ appeared first on Odisha Reporter.



from Odisha Reporter https://ift.tt/c8eMDrK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages