ବିହାର କ୍ୟାବିନେଟ୍‌ ବିସ୍ତାର: ତେଜପ୍ରତାପ ସମେତ ଶପଥ ନେବେ ୧୫ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 15, 2022

ବିହାର କ୍ୟାବିନେଟ୍‌ ବିସ୍ତାର: ତେଜପ୍ରତାପ ସମେତ ଶପଥ ନେବେ ୧୫ ମନ୍ତ୍ରୀ

ପାଟନା: ବିହାରରେ ନୂଆ ସରକାର ହେବା ପରେ ଆଜି କ୍ୟାବିନେଟ୍‌ ବିସ୍ତାର ହେବ। ସରକାର ଗଠନର ୬ ଦିନ ପରେ ଶପଥ ନେବେ ନୂଆ ମନ୍ତ୍ରୀ।  ମହାଗଠବନ୍ଧନର ନୂଆ ମନ୍ତ୍ରିମଣ୍ଡଳରେ ୩୦ରୁ ଅଧିକ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ମିଳିଛି । ସକାଳ ସାଢେ ୧୧ ଟା ବେଳେ ବିହାର ରାଜଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ।

ସୂଚନା ମୁତାବକ ବିହାର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ତେଜ ପ୍ରତାପ ଯାଦବ ଶପଥ ନେଇପାରନ୍ତି। ତେବେ ମହାଗଠବନ୍ଧନରେ ଆର୍‌ଜେଡିର ପଲ୍ଲା ଭାରି ରହିବ। ସେ ଏଥିରେ ‘ବଡ ଭାଇ’ର ଭୂମିକା ନେବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ମନ୍ତିମଣ୍ଡଳକୁ ନେଇ ଫର୍ମୁଲା ଚୂଡାନ୍ତ ହୋଇସାରିଛି । ଆରଜେଡିର ୧୫, ଜେଡିୟୁର ୧୨, ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ବିଧାନସଭା ବାଚସ୍ପତି ପଦ ଆର୍‌ଜେଡି ପାଖରେ ରହିବ। ଆରଜେଡି ନେତା ଅଓ୍ୱଧ ବିହାରୀ ଚୌଧରୀ ବାଚସ୍ପତି ହୋଇପାରନ୍ତି।

ରିପୋର୍ଟ ଅନୁସାରେ, ନୀତୀଶ ନିଜ ପୂର୍ବ କ୍ୟାବିନେଟରେ ଥିବା ଦଳୀୟ ବିଧାୟକଙ୍କୁ ପୁଣି ମନ୍ତ୍ରୀ ଭାବେ ସୁଯୋଗ ଦେବେ। ସେହିପରି ଶପଥଗ୍ରହଣ ପରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯିବ। ଜେଡିୟୁ କୋଟାରୁ ଶପଥ ନେଇଥିବା ଅଧିକାଂଶ ମନ୍ତ୍ରୀଙ୍କୁ ପୁରୁଣା ବିଭାଗ ହିଁ ଦିଆଯିବ।

ଉଲ୍ଲେଖଯୋଗ୍ୟ, ନୀତୀଶ କୁମାର ବିଜେପିର ହାତ ଛାଡ଼ିବା ପରେ ବିହାର ରାଜନୀତି ସରଗରମ ହୋଇପଡିଛି। ନୀତୀଶ କୁମାର ଆରଡେଜି ସହିତ ହାତ ମିଳାଇଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣି ନିଜର ମେଜରିଟି ଦେଖାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିହାରରେ ମହାଗଠବନ୍ଧନର ନୂଆ ସରକାରରେ ମୋଟ ୭ଟି ଦଳ ସାମିଲ ଅଛନ୍ତି।

The post ବିହାର କ୍ୟାବିନେଟ୍‌ ବିସ୍ତାର: ତେଜପ୍ରତାପ ସମେତ ଶପଥ ନେବେ ୧୫ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/ApuF61T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages