ଉତ୍‌କ୍ଷେପଣ ପୂର୍ବରୁ ଆମେରିକାର ‘ମୁନ୍‌ ମିଶନ୍‌’ ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 29, 2022

ଉତ୍‌କ୍ଷେପଣ ପୂର୍ବରୁ ଆମେରିକାର ‘ମୁନ୍‌ ମିଶନ୍‌’ ସ୍ଥଗିତ

ୱାଶିଂଟନ୍‌: ଆମେରିକୀୟ ଗବେଷଣା ସଂସ୍ଥାର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଶେଷରେ ସ୍ଥଗିତ ରହିଲା। ଏହି ଅଭିଯାନ ପାଇଁ ଫ୍ଲୋରିଡ଼ାର କେନେଡି ସ୍ପେସ୍‌ ସେଣ୍ଟରରେ ଥିବା ରକେଟର ସ୍ପେସ୍ ସିଷ୍ଟମ-SLS  ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା। ଫଳରେ ଉତ୍‌କ୍ଷେପଣର ମାତ୍ର ୪୦ ମିନିଟ୍ ପୂର୍ବରୁ ନାସାର ଏହି ‘ଆର୍ଟେମିସ୍‌-୧’ ମୁନ୍ ମିଶନକୁ ସ୍ଥଗିତ ରଖାଯାଇଛି। ତ୍ରୁଟିକୁ ସଜାଡ଼ିବା ପରେ ଆସନ୍ତା ସେପ୍ଟେମ୍ବର ୨ରେ ପୁଣି ଉତ୍‌କ୍ଷେପଣ ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।

୫୦ ବର୍ଷ ପରେ  ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଆରମ୍ଭ କରିଥିଲା ଏହି ଚନ୍ଦ୍ର ଅଭିଯାନ। ସୋମବାର ୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ସ୍ପେସ ଲଞ୍ଚ ସିଷ୍ଟମ ରକେଟ୍ ଏସ୍‌ଏଲ୍‌ଏସ୍‌ ସହାଯ୍ୟରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବାର ଥିଲା। ହେଲେ ଉତ୍‌କ୍ଷେପଣ ପୂର୍ବରୁ ରକେଟ୍‌ ତଳଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଞ୍ଜିନକୁ ଇନ୍ଧନ ପହଞ୍ଚିପାରିନଥିଲା। ତେଣୁ କାଉଣ୍ଟଡାଉନକୁ ବନ୍ଦ କରାଯାଇଥିଲା।

ଏହି ସ୍ପେସ ଲଞ୍ଚ ସିଷ୍ଟମରେ ଖଞ୍ଜା ଯାଇଥିବା ସେନ୍ସର ତେଜସ୍କ୍ରିୟ ବିକିରଣ ଓ କମ୍ପନର ମାତ୍ରା ସଂପର୍କରେ ଅନୁଧ୍ୟାନ କରିବ। ଏହା ପରେ ନୂଆ ରକେଟ୍ ଓ ନୂଆ କ୍ୟାପସୁଲରେ ପରବର୍ତ୍ତୀ ଦୁଇଟି ମିଶନରେ ଚନ୍ଦ୍ରକକ୍ଷକୁ ଯିବେ ମହାକାଶଚାରୀ। ଓରିଅନ୍ ଟେଷ୍ଟ କ୍ୟାପସୁଲ ଚନ୍ଦ୍ରର କକ୍ଷରେ କିଛି ସପ୍ତାହ ପାଇଁ ପରିକ୍ରମଣ କରିବା ପରେ ଏହା ପୃଥିବୀକୁ ଫେରିଆସିବା ସହ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ଥିଲା।

The post ଉତ୍‌କ୍ଷେପଣ ପୂର୍ବରୁ ଆମେରିକାର ‘ମୁନ୍‌ ମିଶନ୍‌’ ସ୍ଥଗିତ appeared first on Odisha Reporter.



from Odisha Reporter https://ift.tt/jGqitJQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages