ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପ୍ରାୟ ୬ ଘଣ୍ଟା ଅଟକ ରହିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ମୁକୁଳିଲେ ଥାନା ଅଧିକାରୀ ଓ ଅଭିଯୁକ୍ତଙ୍କ ପରିବାର । ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଅଟକମାନଙ୍କୁ ରାତି ପ୍ରାୟ ୧୧ଟା ପରେ ଛାଡ଼ିଲେ ବଲାଙ୍ଗିର ଜିଲ୍ଲା ତୁଲେକେଲା ଥାନା ଖର୍ଲି ଗ୍ରାମବାସୀ।
ଗତ ଜୁଲାଇ ୨୫ରେ ଏହି ଗାଁର ଜଣେ ନାବାଳିକା ନିଖୋଜ ହୋଇ ଯାଇଥିଲେ । ୩୦ ତାରିଖରେ ମାଟିତଳୁ ଉଦ୍ଧାର କରାଯାଇଥିଲା ମୃତଦେହ । ପୁଲିସ୍ ଏହି ଘଟଣାରେ ଜଣେ ନାବାଳକକୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ଆଉ କିଛି ଲୋକ ସଂପୃକ୍ତ ଥିବାର ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଅଭିଯୁକ୍ତଙ୍କ ପରିବାର ଗାଁରୁ ହଠାତ ଫେରାର ମାରିଥିଲେ ।
ଗତକାଲି ସେମାନେ ପୁଣି ଗାଁକୁ ଫେରିବା ପରେ ଲୋକେ ଏକାଠି ହୋଇ ସେମାନଙ୍କୁ ଘେରି ଯାଇଥିଲେ । ସେମାନଙ୍କୁ ସୁରକ୍ଷା ଦେବାକୁ ଥାନା ଅଧିକାରୀ ଆସିଥିବା ବେଳେ ସେ ବି ଲୋକଙ୍କ ଆକ୍ରୋଶର ଶିକାର ହେଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ।
ଖବର ପାଇ ବିଳମ୍ବିତ ରାତିରେ ଏସଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଗ୍ରାମବାସୀଙ୍କ ବୟାନ ରେକର୍ଡ କରାଯିବ ବୋଲି ଏସଡିପିଓ ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ୍କୁ ଛାଡ଼ିଥିଲେ।
The post ଏସଡିପିଓ ଦେଲେ ପ୍ରତିଶ୍ରୁତି, ୬ ଘଣ୍ଟା ପରେ ମୁକୁଳିଲେ ଥାନା ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/M4dwz6G
No comments:
Post a Comment