ନୂଆଦିଲ୍ଲୀ: ଟ୍ୱିଟରର ବ୍ଲୁଟିକ୍ ୟୁଜରଙ୍କ ପାଇଁ ମହଙ୍ଗା ହେଲା। ଏଣିକି ବ୍ଲୁ–ଟିକ୍ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ବ୍ଲୁଟିକ୍ ବ୍ୟବହାରକାରୀଙ୍କୁ ମାସକୁ ୮ଡଲାର ଦେବାକୁ ପଡ଼ିବ। ଭେରିଫାଏଡ୍ ଆକାଉଣ୍ଟ ଭାବେ ବିବେଚିତ ହେଉଥିବା ବ୍ଲୁଟିକ୍ ପାଇବା ପାଇଁ ଯେଉଁମାନେ ଚାହିଁବେ ତାଙ୍କୁ ମାସକୁ ୮ଡଲାର ଦେବାକୁ ପଡ଼ିବ। ଭାରତୀୟ ମୁଦ୍ରାରେ ଏହା ହେଉଛି ୬୬୧.୭୨ ଟଙ୍କା।
ଅନ୍ୟପଟେ ଯେଉଁମାନଙ୍କର ବ୍ଲୁ-ଟିକ୍ ନାହିଁ ସେମାନଙ୍କୁ ମୁର୍ଖ କହି ଥଟ୍ଟା କରିଛନ୍ତି ମସ୍କ। ସେମାନେ ଅଜଥା ଟ୍ୱିଟରରେ ବୋଝ ହେଉଛନ୍ତି। ବ୍ଲୁଟିକ୍ ହେଉଛି ଲୋକଙ୍କ ପାଇଁ ଶକ୍ତି ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି। ସୂଚନା ଅନୁଯାୟୀ ଟ୍ୱିଟରକୁ ଫେକ ଆକାଉଣ୍ଟ ହଟାଇ ସ୍ୱଚ୍ଛ କରିବା ଅଭିଯାନରେ ଅଛନ୍ତି ମସ୍କ। ତେଣୁ ୟୁଜରଙ୍କୁ ଭେରିଫାଏଡ ଆକାଉଣ୍ଟ ଯୋଜନାରେ ଅଛନ୍ତି ସେ । ସେହିପରି ବ୍ଲୁଟିକ୍ ପାଇଁ ଚାର୍ଜ ନେବା ଉଭୟ ସ୍ୱଚ୍ଛତା ଓ ବ୍ୟବସାୟର ତାଙ୍କର ଅନ୍ୟ ଏକ ରଣନୀତି ବୋଲି କୁହାଯାଉଛି। ଆଗକୁ ସେ ଟ୍ୱିଟରେରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଇ ବ୍ୟବସାୟିକ ଲକ୍ଷରେ ଅଛନ୍ତି। ଯେଉଁଥିପାଇଁ ୟୁଜରମାନେ ମଧ୍ୟ ଏହା ମାଧ୍ୟମରେ ଲାଭବାନ ହୋଇପାରିବେ।
Twitter’s current lords & peasants system for who has or doesn’t have a blue checkmark is bullshit.
Power to the people! Blue for $8/month.
— Elon Musk (@elonmusk) November 1, 2022
ଗତ ଶୁକ୍ରବାର ଟେସଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ ଶେଷରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି। ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ ମସ୍କ। ୪୪ ବିଲିୟନ ଆମେରିକୀୟ ଡଲାରରେ ଟ୍ୱିଟର ୯.୨ ପ୍ରତିଶତ ଶେୟାର କିଣିବା ପାଇଁ ଏନେଇ ସେ ଚଳିତ ବର୍ଷ ଏପ୍ରିଲ ମାସରେ ଘୋଷଣା ମଧ୍ୟ କରିଥିଲେ। ସେହି ସମୟରେ ତାଙ୍କ ନାଁରେ ଅନେକ ଫେକ୍ ଆକାଉଣ୍ଟ ଥିବା ସହ ତାଙ୍କ ନାଁ ବଦଲାମ କରିବାକୁ ଚେଷ୍ଟା କରାଯାଉଛି , କିଣିବା ପରେ ସେଗୁଡିକୁ ସେ ପ୍ରଥମେ ହଟାଇବେ ବୋଲି ମସ୍କ କହିଥିଲେ। ଏହାପରେ ମେ ମାସରେ ପୁଣି ମନ ବଦାଳାଇ କେତେକ କାରଣ ସାମ୍ନାକୁ ଆଣି ସେ ଟ୍ୱିଟର କିଣିବାକୁ ଅନିଚ୍ଛୁକ ବୋଲି ଟ୍ୱିଟ କରିଥିଲେ।
The post ବ୍ଲୁ-ଟିକ୍ ୟୁଜରଙ୍କ ପାଇଁ ମହଙ୍ଗା ହେଲା, ମାସକୁ ଦେବାକୁ ପଡ଼ିବ ୬୬୧.୭୨ ଟଙ୍କା appeared first on Odisha Reporter.
from Odisha Reporter https://ift.tt/fjVhZK5
No comments:
Post a Comment