ବଲାଙ୍ଗିର(ଘଟେଶ୍ୱର ମିଶ୍ର ): ପ୍ଲାଟଫର୍ମ ଭିତରେ ଧିମେଇ ଯାଇଥିଲା ମାଲବାହୀ ଟ୍ରେନ୍ର ଗତି । ଆଉ କିଛି ସମୟ ପରେ ଅଟକିଥାନ୍ତା ଟ୍ରେନ୍ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ । ଟ୍ରେନ୍ଟି ରହିବା ପୂର୍ବରୁ ତା’ ଆଗରେ ଶୋଇ ପଡ଼ିଲେ ଜଣେ ଯୁବକ। ଆଉ ଦେଖୁ ଦେଖୁ ମୁଣ୍ଡ, ଗଣ୍ଡି ଅଲଗା ହୋଇଗଲା। ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଆଜି ଭୋରରେ ଘଟିଛି।
ଆଜି ଭୋର ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ଭିତରକୁ ଏକ ମାଲବୋଝେଇ ଟ୍ରେନ ପ୍ରବେଶ କରିଥିଲା। ଏହି ସମୟରେ ଟ୍ରେନ୍ର ଗତି ବହୁତ କମ୍ ଥିଲା। ମାତ୍ର ହଠାତ୍ ଟ୍ରେନ୍ ଆଗରେ ଟ୍ରାକ୍ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି । ଏହା ଦେଖି ଟ୍ରେନ ଡ୍ରାଇଭର ହଠାତ ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଲକୁ ଅଜଣା ବ୍ୟକ୍ତିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ସାରିଥିଲା । ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଉଛି । ହେଲେ ତାଙ୍କ ପରିଚୟ ମିଳିପାରିନି।
ଜି.ଆର.ପି ପୁଲିସ ତଦନ୍ତ ଜାରି ରଖିଛି । ପରିଚୟ ମିଲିବା ପରେ ଆତ୍ମହତ୍ୟା ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି।
The post ପ୍ଲାଟଫର୍ମରେ ଧିମେଇଲା ଟ୍ରେନ୍ର ଗତି, ଟ୍ରାକ୍ରେ ଶୋଇ ପଡ଼ିଲେ ଯୁବକ appeared first on Odisha Reporter.
from Odisha Reporter https://ift.tt/3PervyA
No comments:
Post a Comment