ବେଙ୍ଗାଲୁରୁ: ଆଇନ ଜାଲରେ ଫସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଭାରତ ଯୋଡୋ ଯାତ୍ରା ଭିତରେ ତାଙ୍କ ନାଁରେ ରୁଜୁ ହେଲା ମାମଲା। ତାଙ୍କ ବିରୋଧରେ ଲାଗିଲା କପି-ରାଇଟ୍ କେସ୍।
ଭାରତ ଯୋଡୋ ଯାତ୍ରା ବେଳେ ବ୍ଲକବଷ୍ଟର୍ ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’ର ଗୀତକୁ ବିନା ଅନୁମତିରେ ବ୍ୟବହାର କରିଥିଲା କଂଗ୍ରେସ। ଏହାକୁ ନେଇ ଏମ୍ଆର୍ଟି ମ୍ୟୁଜିକ ଲେବଲ ଦ୍ୱରା ଅଭିଯୋଗ ପରେ ବେଙ୍ଗାଲୁରୁ ପୁଲିସ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ୩ ଜଣ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
आओ, तुम्हें 'सपनों के भारत' की ओर लेकर चलें…#BharatJodoYatra pic.twitter.com/4sZinLl8sS
— Congress (@INCIndia) October 11, 2022
ଅଭିଯୋଗ ମୁତାବକ, କଂଗ୍ରେସ ଦଳ ଭାରତ ଯୋଡୋ ଯାତ୍ରା ବେଳେ କପିରାଇଟ୍ ଆକ୍ଟର ଉଲ୍ଲଙ୍ଘନ କରିଛି । ବିନା ଅନୁମତିରେ ଗୀତ ସହ ଦୁଇଟି ଭିଡିଓକୁ ପୋଷ୍ଟ କରାଯାଇଛି। ତେଣୁ, ‘କପିରାଇଟ୍ ଆକ୍ଟ’, ‘ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆକ୍ଟ’ ଏବଂ ‘ଇଣ୍ଡିଆନ୍ ପେନାଲ୍କୋଡ୍’ରେ ଥିବା ବ୍ୟବସ୍ଥା ଅନୁଯାୟୀ ଶୁକ୍ରବାର ଦିନ ରାହୁଲ୍ ଗାନ୍ଧି, ଜୟରାମ ରମେଶ ଏବଂ ସୁପ୍ରିୟାଙ୍କ ବିରୋଧରେ ଯଶବନ୍ତପୁର ଥାନାରେ ‘ଏମ୍ଟିଆର୍’ ମ୍ୟୁଜିକ୍ ପରିଚାଳନା କରୁଥିବା ଏମ୍. ନବୀନ କୁମାରଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ରୁଜୁ କରାଯାଇଛି।
ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଥିବା ଏହି ସାଉଣ୍ଡ୍ ରେକର୍ଡିଙ୍ଗ୍ ସବୁ ସିନେମାଟୋଗ୍ରାଫିକ୍ ଚଳଚ୍ଚିତ୍ର ‘କେଜିଏଫ୍ ଚାପ୍ଟର୍ ୨’ରେ (ହିନ୍ଦୀ ସଂସ୍କରଣ) ରହିଛି। ଫାଇଦା ନେବା ପାଇଁ କଂଗ୍ରେସ ଜାଣିଶୁଣି ଉକ୍ତ ସଙ୍ଗୀତ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ସେପଟେ ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରିଛି। ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ କଂଗ୍ରେସ କମ୍ପାନିର ବିନା ଅନୁମତିରେ ଫିଲ୍ମରୁ ସଙ୍ଗୀତ ଉଠାଇ ଆଣୁଛି ବୋଲି ତାତ୍ସଲ୍ୟ କରି ବିଜେପି ନେତା ଅମିତ ମାଲଭୀୟ କହିଛନ୍ତି।
ସୂଚନାଯୋଗ୍ୟ, ତାମିଲ୍ନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ୨୦୨୩ ଜାନୁଆରି ୩୦ରେ ଜମ୍ମୁରେ ଶେଷ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି ୫ଟି ରାଜ୍ୟ ଦେଇ ଅତିକ୍ରମ କରିସାରିଲାଣି।
The post ରାହୁଲ ଗାନ୍ଧିଙ୍କ ନାଁରେ କପି-ରାଇଟ୍ କେସ୍ appeared first on Odisha Reporter.
from Odisha Reporter https://ift.tt/ONsrHRF
No comments:
Post a Comment