ଯୁଦ୍ଧ ଲଢ଼ ନ ହେଲେ ଗୁଳି ଖାଅ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 5, 2022

ଯୁଦ୍ଧ ଲଢ଼ ନ ହେଲେ ଗୁଳି ଖାଅ!

ମସ୍କୋ: ଯୁଦ୍ଧ ଲଢ଼ ନହେଲେ ଗୁଳି ଖାଅ। ରୁଷ ସୈନିକଙ୍କ ପାଇଁ ଏଭଳି କିଛି କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ ରୂପ। ଯୁଦ୍ଧରେ ଯେଉଁ ରୁଷ ସୈନ୍ୟ ପଛଘୁଞ୍ଚା ଦେଉଛନ୍ତି ତାଙ୍କୁ ଗୁଳି ମାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏପରି କିଛି ଦାବି କରିଛି।

ବ୍ରିଟେନ ଦାବି କରିଛି ଯେ, ରୁଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରୁ ପଛକୁ ଫେରି ଆସିଥିବା ସୈନିକମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ଏଥିପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ରୁଷ ସେନା ମଧ୍ୟରେ ଯୁଦ୍ଧକୁ ନେଇ ଉତ୍ସାହ ଏବଂ ମନୋବଳ ହ୍ରାସ ପାଇଥିବାରୁ ପୁଟିନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ରିପୋର୍ଟ ମୁତାବକ, ଯଦି ଚେତାବନୀ ଦେବା ପରେ ମଧ୍ୟ ସୈନିକମାନେ ମାନିବାକୁ ପ୍ରସ୍ତୁତ ନହୁଅନ୍ତି ତେବେ ସେମାନଙ୍କୁ ଗଳି କରିବାକୁ ମଧ୍ୟ ପୁଟିନ କହିଛନ୍ତି। ଖବର ଅନୁଯାୟୀ, ଖାର୍ସେନରେ ୟୁକ୍ରେନ ସୈନ୍ୟମାନଙ୍କର ବଢୁଥିବା ପ୍ରଭାବକୁ ଦେଖି ଯୁଦ୍ଧରୁ ଓହରିଯିବାକୁ ଅନୁରୋଧ କରୁଛନ୍ତି ପୁଟିନଙ୍କ ସୈନ୍ୟ। ଯାହାକୁ ପୁଟିନ ଗ୍ରହଣ କରୁନାହାନ୍ତି।

ସେପ୍ଟେମ୍ବର ମାସରେ ରୁଷକୁ ମିଳିଥିବା ବଡ ବିଫଳତା ଓ ୟୁକ୍ରେନ୍ ପୁଣିଥରେ ନିଜ ଅଞ୍ଚଳକୁ କବ୍‌ଜା କରିବା ପରେ ରୁଷ ସୈନିକଙ୍କ ମନୋବଳ ଭାଙ୍ଗି ଯାଇଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି।

The post ଯୁଦ୍ଧ ଲଢ଼ ନ ହେଲେ ଗୁଳି ଖାଅ! appeared first on Odisha Reporter.



from Odisha Reporter https://ift.tt/D7Mezx1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages