ବିଚାରପତିଙ୍କ ପାଇଁ ନିଯୁକ୍ତ କଲେଜିୟମ୍ ସିଷ୍ଟମ୍ ‘ଏଲିଅନ୍‌’ ପରି: ଆଇନ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 25, 2022

ବିଚାରପତିଙ୍କ ପାଇଁ ନିଯୁକ୍ତ କଲେଜିୟମ୍ ସିଷ୍ଟମ୍ ‘ଏଲିଅନ୍‌’ ପରି: ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ତେଜୁଛି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ। ବିଚାରପତିଙ୍କ ନିଯୁକ୍ତ ପାଇଁ ଥିବା କଲେଜିୟମ ବ୍ୟବସ୍ଥା ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଏଥିରେ ସଂଶୋଧନ କରିବା କଥା କହୁଥିବା ବେଳେ ଅନ୍ୟପଟେ କିନ୍ତୁ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ଠିକ୍ ଥିବା କଥା କହୁଛନ୍ତି। ଏହାରି ଭିତରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ବ୍ୟବସ୍ଥାକୁ ନେଇ ପୁଣି ଥରେ କଡା ମନ୍ତବ୍ୟ ଦେଇଛନ୍ତି। ସେ କଲେଜିୟମ ବ୍ୟବସ୍ଥାକୁ ଏଲିଅନ୍ ସହ ତୁଳନା କରିଛନ୍ତି।

କିରଣ ରିଜିଜୁ ଶୁକ୍ରବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ଭାରତର ସମ୍ୱିଧାନ ପାଇଁ କଲେଜିୟମ ସିଷ୍ଟମ ଏଲିଅନ୍ ପରି। ଭାରତର ସମ୍ୱିଧାନ ସମସ୍ତଙ୍କ ପାଇଁ, ବିଶେଷକରି ସରକାରଙ୍କ ପାଇଁ ଏକ ଧାର୍ମିକ ଦସ୍ତାବିଜ। କଲେଜିୟମ ବ୍ୟବସ୍ଥା ଆମ ସମ୍ବିଧାନଠାରୁ ଭିନ୍ନ। କଲେଜିୟମ୍ ସିଷ୍ଟମରେ ତ୍ରୁଟି ରହିଛି। ଏହି ବ୍ୟବସ୍ଥା ଉପରେ କୌଣସି ଉତ୍ତର ଦାୟିତ୍ୱ ମଧ୍ୟ ନାହିଁ । ଆପଣ କହୁନ୍ତୁ କଲେଜିୟମ ପ୍ରଣାଳୀ କେଉଁ ପ୍ରାବଧାନ ଅଧିନରେ ନିର୍ଦ୍ଧାରିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। କଲେଜିୟମ ବ୍ୟବସ୍ଥା ସମ୍ବିଧାନ ପ୍ରତି ‘ସର୍ବଥା ଅପରିଚିତ’ ଶବ୍ଦ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଆଇନ ମନ୍ତ୍ରୀ କହିଛନ୍ତି, ୧୯୯୧ରେ ତତ୍କାଳୀନ ସରକାର ଏବଂ ବର୍ତ୍ତମାନ ଶାସନ କଲେଜିୟମ ପ୍ରଣାଳୀକୁ ସେତେ ଦିନ ଯାଏ ବହୁତ ସମ୍ମାନ କରୁଛନ୍ତି, ଯେଉଁ ପର‌୍ୟ୍ୟନ୍ତ ଏକ ଉନ୍ନତ ପ୍ରଣାଳୀ ସ୍ଥାପନ କରା ନଯାଇଛି । ସଂସଦରେ ସର୍ବସମ୍ମତିରେ କଲେଜିୟମ ପ୍ରଣାଳୀ ପରିବର୍ତ୍ତେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମ ପାରିତ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିଥିଲେ। କଲେଜିୟମ ପ୍ରଣାଳୀରେ ଅନେକ ଦୁର୍ବଳତା ରହିଛି ଏବଂ ଏହି ପ୍ରଣାଳୀର ପାରଦର୍ଶିତା ଉପରେ ଅନେକ ପ୍ରଶ୍ନ ଉଠାଯାଉଛି।

ପୂର୍ବରୁ ମଧ୍ୟ କଲେଜିୟମ ବ୍ୟବସ୍ଥାକୁ ନେଇ ସେ ପ୍ରଶ ଉଠାଇଥିଲେ। ଏବେ ନିର୍ବାଚନ କମିସନରଙ୍କ ନିଯୁକ୍ତି ନେଇ ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ବିତର୍କ ଚାଲିଥିବା ବେଳେ କଲେଜିୟମ ବ୍ୟବସ୍ଥାକୁ ଏଲିଅନ କହି ବିବାଦକୁ ଆହୁରି ବଢାଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ।

The post ବିଚାରପତିଙ୍କ ପାଇଁ ନିଯୁକ୍ତ କଲେଜିୟମ୍ ସିଷ୍ଟମ୍ ‘ଏଲିଅନ୍‌’ ପରି: ଆଇନ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/BoYaHLU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages