ପାଟଣା: ଦୀର୍ଘ ଦିନ ହେଲା କିଡନୀଜନିତ ସମସ୍ୟାରେ ପୀଡ଼ିତ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଡିସେମ୍ବର ପ୍ରଥମ ସପ୍ତାହରେ କିଡନୀ ପ୍ରତିରୋପଣ କରାଯିବ । ଏଥିନିମନ୍ତେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି ଲାଲୁ ଯାଦବ । ସାଙ୍ଗରେ ସାନ ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟ କିଛି ପରିବାର ସଦସ୍ୟ ବି ଯାଇଥିବା ଜଣାଯାଇଛି।
ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ ଗୋଟାଏ କିଡ୍ନି ପ୍ରଦାନ କରିବେ। ନଭେମ୍ବର ମାସ ପ୍ରାରମ୍ଭରେ ସେ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ।
କିଡନୀ ସମେତ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗରେ ପୀଡ଼ିତ ଥିବା ଲାଲୁ ଚିକିତ୍ସା ନିମନ୍ତେ ସିଙ୍ଗାପୁର ଯାଇଥିଲେ। ସେଠାରେ ପ୍ରାରମ୍ଭିକ ଯାଞ୍ଚ ଏବଂ ପରୀକ୍ଷାନିରୀକ୍ଷା ପରେ ଡିସେମ୍ବର ପ୍ରଥମ ସପ୍ତାହରେ କିଡନୀ ପ୍ରତିରୋପଣ ନିମନ୍ତେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ସ୍ଥିର ହୋଇଥିଲା। ଏହାପରେ ୭୪ ବର୍ଷିୟ ଲାଲୁ ଯାଦବ ଗତ ମାସ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଏବେ ପୁଣି ଥରେ ଅସ୍ତ୍ରୋପଚାର ନିମନ୍ତେ ସିଙ୍ଗାପୁର ଯାଇଛନ୍ତି।
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପ୍ରତିରୋପଣ ସଫଳ ହେବ ବୋଲି ପୂର୍ଣ୍ଣ ବିଶ୍ୱାସ ରହିଥିବା କହିଛନ୍ତି ତେଜସ୍ୱୀ ଯାଦବ । ଏଥିସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ନିମନ୍ତେ ମଧ୍ୟ ପ୍ରାର୍ଥନା କରିଛନ୍ତି।
The post ଲାଲୁ ଗଲେ ସିଙ୍ଗାପୁର, ହେବ କିଡନୀ ପ୍ରତ୍ୟାରୋପଣ appeared first on Odisha Reporter.
from Odisha Reporter https://ift.tt/fETO41v
No comments:
Post a Comment