ଫିଫା ବିଶ୍ୱକପ୍‌: ହାରିବା ପରେ ବେଲ୍‌ଜିୟମରେ ହିଂସା, ବ୍ୟାପକ ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 27, 2022

ଫିଫା ବିଶ୍ୱକପ୍‌: ହାରିବା ପରେ ବେଲ୍‌ଜିୟମରେ ହିଂସା, ବ୍ୟାପକ ଭଙ୍ଗାରୁଜା

ନୂଆଦିଲ୍ଲୀ: କତାରରେ ଚାଲିଥିବା ଫୁଟ୍‌ବଲ ବିଶ୍ୱକପ୍ ମ୍ୟାଚ୍‌ରେ ରବିବାର ଦିନ ବେଲ୍‌ଜିୟମ ମରକ୍କୋ ଠାରୁ ହାରିଯାଇଛି। ତେବେ ଏହି ପରାସ୍ତକୁ ବରଦାସ୍ତ କରିପାରିନାହାନ୍ତି ବେଲ୍‌ଜିୟମ୍‌ବାସୀ। ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା ସୃଷ୍ଟି ହୋଇଛି । ଫୁଟ୍‌ବଲ ପ୍ରେମୀମାନେ ବିଭିନ୍ନ ଗାଡି ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।

ରଏଟର୍ସର ରିପୋର୍ଟ ମୁତାବକ, ଏହି ହିଂସା ମାମଲାରେ ସ୍ଥାନୀୟ ପୁଲିସ ୧୨ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏମାନେ ପୁଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଅନେକ ଲୋକ ମରକ୍କୋର ପତାକା ଧରି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପାଣି ମାଡ କରିବା ସହ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

ବ୍ରସେଲ୍ସର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ରାତି ପ୍ରାୟ ୭ଟା ବେଳକୁ ପରିସ୍ଥିତି ଶାନ୍ତ ହୋଇଥିଲା। ଏବେ ବି ହିଂସାକୁ ଦୃଷ୍ଟିରେ ରଖି ସତର୍କତାମୂକ ପେଟ୍ରୋଲିଂ ଜାରି ରହିଛି। ସହରରରେ ପୁଣିଥରେ ଯେପରି ଅଶାନ୍ତ ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ପୁଲିସ ଲଗାତର ଭାବେ ନଜର ରଖିଛି। ଏଥିସହ ଗିରଫ ଲୋକଙ୍କୁ ପୁଲିସ ପଚରାଉଚରା ମଧ୍ୟ ଜାରି ରଖିଛି।

The post ଫିଫା ବିଶ୍ୱକପ୍‌: ହାରିବା ପରେ ବେଲ୍‌ଜିୟମରେ ହିଂସା, ବ୍ୟାପକ ଭଙ୍ଗାରୁଜା appeared first on Odisha Reporter.



from Odisha Reporter https://ift.tt/75ThuZ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages