ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରେଳ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 27, 2022

ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରେଳ ମନ୍ତ୍ରୀ

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷି ଥିବା ବେଳେ ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ୍ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଶ୍ରୀ ବୈଷ୍ଣବ।

ପାଇକମାଳରେ ଏକ ନିର୍ବାଚନୀ ସଭାରେ ରେଳ ମନ୍ତ୍ରୀ କହିଥିଲେ, କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ। ଜାଗା ଓଡ଼ିଶା ସରକାରଙ୍କର। ଜାଗା ନ ଦେଲେ ରେଲ ଲାଇନ୍ କିପରି ହେବ? ମନ୍ତ୍ରୀ ଟୁକୁନି ସାହୁ ନୂଆ ରେଳ ଲାଇନ ନେଇ ଚିଠି ଲେଖିଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାକୁ ଦୋହରାଇଛନ୍ତି। କାହିଁକି ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ ସାଂସଦ ମିଛ କହୁଛନ୍ତି?

ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ। ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦକୁ ୮ ଶହ କୋଟି ଆସୁଥିଲା। ମୋଦି ସରକାରରେ ଏହା ୧୦ ହଜାର କୋଟିରେ ପହଞ୍ଚିଛି।

ସେ କହିଛନ୍ତି, ପ୍ରତି ଗାଁରେ ମୋବାଇଲ ଟାୱାର ନିର୍ମାଣ ପାଇଁ ୫ ହଜାର ୬ ଶହ କୋଟି ମଞ୍ଜୁର ହୋଇଛି। ରାଜ୍ୟ ସରକାରଙ୍କ ନୀତି ନିୟତ ଠିକ୍ ରହିଲେ ଏଠାରେ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇପାରିବ। ଏକଜୁଟ ହୋଇ କାମ କଲେ କେହି ଦାଦନ ଖଟିବାକୁ ଯିବେ ନାହିଁ।

ପାଇକମାଳ ନିର୍ବାଚନୀ ସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ଫସଲ ବୀମା ଯୋଜନା ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଶ୍ରୀ ତୋମାର କହିଥିଲେ, ବୀମା ଯୋଜନା ଟଙ୍କାକୁ ନେଇ ରାଜ୍ୟ ସରକାର ଅପପ୍ରଚାର କରୁଛନ୍ତି। ଫସଲ ବୀମା ଯୋଜନା ଟଙ୍କା କେନ୍ଦ୍ର ପକ୍ଷରୁ ରିଲିଜ କରାଯାଇ ସାରିଛି। କିନ୍ତୁ ଏଠାକାର ରାଜ୍ୟ ସରକାରଙ୍କ କାମ ଅତ୍ୟନ୍ତ ମନ୍ଥର। ଫଳରେ ଚାଷୀମାନେ ବୀମା ଟଙ୍କା ପାଇବାରେ ବିଳମ୍ବ ହେଉଛି। ବୀମା ବାବଦରେ ଟେଣ୍ଡର ଡାକିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। କ୍ଷତି ବାବଦରେ ରାଜ୍ୟ ସରକାର ସର୍ଭେ କରି ଟଙ୍କା ଦାବି କରନ୍ତି। କିନ୍ତୁ ଏସବୁ ନ କରି ଲୋକଙ୍କୁ ଭ୍ରମିତ କରୁଛି ବିଜେଡି ସରକାର। ଯଦି ଏଠାରେ ଡବଲ ଇଞ୍ଜିନ ସରକାର ଥାଆନ୍ତା ଏଭଳି ହୁଅନ୍ତା ନାହିଁ।

ଡିସେମ୍ବର ୫ ତାରିଖରେ ପ୍ରଦୀପ ପୁରୋହିତଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରାଇବାକୁ ଶ୍ରୀ ତୋମାର ଆହ୍ୱାନ ଦେଇଥିଲେ। ସେ କହିଥିଲେ- ଏହି ବିଜୟ ହିଁ ଦର୍ଶାଇବ ଯେ ବିଜେଡି ଯାଉଛି ଓ ବିଜେପି ଆସୁଛି।

ପାଇକମାଳ ନିର୍ବାଚନୀ ସଭାରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ସଙ୍ଗୀତା ସିଂହଦେଓ ଏବଂ
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

The post ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରେଳ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/nDFHjCK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages