ନୂଆଦିଲ୍ଲୀ: ଅନ୍ତିମ ସଂସ୍କାର ବେଳେ ଅଘଟଣ। ଘଟିଲା ଭୟଙ୍କର ଭୂସ୍ଖଳନ। ମାଟି ଅତଡା ତଳେ ପୋତି ହୋଇଗଲେ ଲୋକେ। ଏହି ଦୁର୍ଘଟଣାରେ ପାଖାପାଖି ୧୪ଜଣଙ୍କ ମୃତ୍ୟୁ ହୋଇଛି। କେମରୁନ୍ର ରାଜଧାନୀ ୟାଉଣ୍ଡେରେ ଘଟିଛି ଏହି ଦୁର୍ଘଟଣା।
ସୂଚନା ମୁତାବକ, ରବିବାର ଏଠାରେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ। ତେବେ ଏତିକି ବେଳେ ହଠାତ୍ ଭସ୍ଖଳନ ଘଟିଥିଲା। ଆଉ ମାଟି ଅତଡା ତଳେ ପୋତି ହୋଇଯାଇଥିଲେ ଲୋକ। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ଲୋକ ନିଖୋଜ ଅଛନ୍ତି।
ସେପଟେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଟି ତଳେ ଅନେକ ଲୋକେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଗଭର୍ଣ୍ଣର ନସେରି ପଲ୍ଙ୍କ କହିବା ମୁତାବକ, ଦୁର୍ଘଟଣାରେ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ସ୍ଥାନୀୟ ଲୋକଙ୍କ ତରଫରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
The post ଅନ୍ତିମ ସଂସ୍କାର ବେଳେ ଭୂସ୍ଖଳନ, ୧୪ ମୃତ appeared first on Odisha Reporter.
from Odisha Reporter https://ift.tt/JqXBI16
No comments:
Post a Comment