ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ବନ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 27, 2022

ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ବନ କର୍ମଚାରୀ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ।

ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇଥିଲା। ଏନେଇ ଗତକାଲି ବନ ବିଭାଗର ଟିମ୍ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକଡ଼ପାଜୁ ଜଙ୍ଗଲ ଅଭିମୁଖେ ବାହାରିଥିଲା। ହେଲେ ଗଞ୍ଜେଇ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କ ସହ ତାଙ୍କ ଗାଡ଼ିକୁ ଉଡ଼ାଇଦେବାକୁ ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ବନ ବିଭାଗ କର୍ମଚାରୀଙ୍କ ଗାଡ଼ି ସେହି ରାସ୍ତା ଦେଇ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଗାଡ଼ିରେ ଥିବା ୫୦ ବନ କର୍ମଚାରୀ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ବନ କର୍ମଚାରୀମାନେ କିଛି ବିସ୍ଫୋରକ ସାମଗ୍ରୀ ସହ ତାର ଜବତ କରିଥିଲେ। ଏହି ଘଟଣାରେ ପୁଲିସ ୩ଜଣ ଗଞ୍ଜେଇ ମାଫିଆଙ୍କୁ  ଅଟକ ରଖି ପଚରାଉଚରା କରୁଛି।

 

The post ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ବନ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/4wMFoqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages